Before Header

ରାଜ୍ୟରେ ଗୁମାସ୍ତା ଶାସନ ଚଳାଇ ନିଜେ ପୁଣି ମୁଖ୍ୟମନ୍ତ୍ରୀ କହିବେ…ଲଜ୍ୟା: ନରସିଂହ ମିଶ୍ର

0 72

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୈଠକରେ ନିଷ୍ପତ୍ତି ହୋଇଥିଲା ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳ ନେତା ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାକୁ ସୁଯୋଗ ମିଳିବ। କିନ୍ତୁ ମୋତେ କହିବାକୁ ଦିଆ ଯାଉନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି ଯଦି କିଏ ମନ୍ତ୍ରୀ କହିବାର ଥିଲା ମୋ ପରେ ତାଙ୍କୁ କହିବା ପାଇଁ ଦିଆଯାଇପାରିଥନ୍ତା।

କିନ୍ତୁ ମୋତେ ଲାଗୁଛି ମୋତେ କହିବାକୁ ନ ଦେବା ପାଇଁ ନିଷ୍ପତ୍ତି ବୋଧେ ହୋଇଛି । ସେଥିପାଇଁ ହଟ୍ଟଗୋଳ କରି ବନ୍ଦ କରି ଦିଆଯାଉଛି। ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ସମ୍ବନ୍ଧରେ ଯାହା କହିଛନ୍ତି ସେଥିରେ କିଛି ନା କିଛି ଥାଇ ପାରେ। କିନ୍ତୁ ରାଜ୍ୟରେ ଗୁମାସ୍ତା ଶାସନ ଚଳାଇ ନିଜେ ପୁଣି ମୁଖ୍ୟମନ୍ତ୍ରୀ କହିବେ । ତାହା ନିନ୍ଦନୀୟ ଓ ଲଜ୍ୟାଜନକ।

Leave A Reply

Your email address will not be published.