Masthead

ଶୁଖିନି ୨୨ ବର୍ଷର କ୍ଷତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାବାତ୍ୟାକୁ ୨୨ ବର୍ଷ ପୂରିଲା । ୧୯୯୯ ଅକ୍ଟେବାର ୨୯ । ସେ ଦିନ ଉପକୂଳ ଓଡ଼ିଶା ଦେଖିଥିଲା ପ୍ରକୃତିର କରାଳ ରୂପ । ଆଜି ବି ଲୋକେ ଭୁଲି ନାହାନ୍ତି ମହାବାତ୍ୟାର କରୁଣ କାହାଣୀ । ପ୍ରକୃତି କେତେ ଭୟଙ୍କର ହୋଇପାରେ ଭାବିଲେ ଏବେ ବି ଥରି ଉଠୁଛି ଛାତି । ଆଖିରୁ ଝରିଯାଉଛି ଲୁହ । ୨୨ବର୍ଷ ତଳର ଏହି କ୍ଷତ ଚିହ୍ନକୁ ଆଜି ବି ଭୁଲି ନାହାନ୍ତି ଲୋକେ । ସେହିଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା । ୧୯୯୯ ଅକ୍ଟୋବର ୨୫ ।

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବାକୁ ଲାଗିଲା । ୨୯ତାରିଖ ରେ ପ୍ରଳୟଙ୍କାରୀ ରୂପ ଧାରଣ କରିଥିଲା ପ୍ରକୃତି । ସକାଳ ୧୦ଟା ୩୦ରେ ଓଡ଼ିଶାର ଉପକୂଳ ଜଗତସିଂହପୁର ଜିଲ୍ଲା ଏରସମା ନିକଟରେ ହିଟ କରିଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା। ଏଥିରୁ ବି ବାଦ ପଡ଼ି ନଥିଲା ଅସ୍ତରଙ୍ଗ ଅଞ୍ଚଳ ।

ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅସ୍ତରଙ୍ଗ ଅଞ୍ଚଳର ଅନେକ ପରିବାର । କେତେ ଜଣଙ୍କ ଘରଦ୍ୱାର ଭାଙ୍ଗିବା ସହ ଉଜୁଡ଼ି ଯାଇଥିଲା ସଂସାର । କିଏ ପୁଅକୁ ହରାଇଥିଲା ତ ଆଉ କାହା ମୁଣ୍ଡରୁ ଲିଭିଯାଇଥିଲା ସିନ୍ଦୂର । ସରକାରୀ ତଥ୍ୟ ଅନୁସାରେ ୯ହଜାର ୮୮୭ଜଣଙ୍କର ମୃତ୍ୟୁ ହୋଇଥିଲା । ୨ହଜାର ୭୦୫ଜଣ ଆହତ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଯାଇଥିଲେ । ୧.୬ମିଲିୟନ୍ ଘର କ୍ଷତିଗ୍ରସ୍ତ ହୋଇଥିଲା । ମୋଟ ୪.୪୪ ମିଲିୟନ୍ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା ।

ଓଡ଼ିଶାର ୧୨ଜିଲ୍ଲାର ୧୨.୯ ମିଲିୟନ ଲୋକ ବିପନ୍ନ ହୋଇଥିଲେ । କିନ୍ତୁ ବେସରକାରୀ ଭାବେ ମୃତାହତ ଓ ବିପନ୍ନଙ୍କ ସଂଖ୍ୟା ଅଧିକ ଥିଲା । ମହାବାତ୍ୟା ଓଡ଼ିଶାର ବିକାଶକୁ ଢେର ପଛକୁ ଠେଲି ଦେଇଛି । ମହାବାତ୍ୟା ପରେ ବିଶ୍ୱର ବିଭିନ୍ନ କୋଣରୁ ଓଡ଼ିଶାକୁ ଛୁଟିଥିଲା ସହାୟତାର ସୁଅ । ସତେ ଯେମିତି ଓଡ଼ିଶା ପାଇଁ ସମଗ୍ର ବିଶ୍ୱ ଏକ ହୋଇଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ