Masthead

ମହାକାଶରୁ ଆସିବ ଲଙ୍କା

(ବଡ଼ ଖବର ବ୍ୟୁରୋ): ମହାକାଶରୁ ଆସିବ ଲଙ୍କା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍‌ରେ ୪୮ ହାଚ୍‌ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ପଠାଯାଇଥିଲା । ସ୍ପେସ୍‌ଏକ୍ସ କାର୍ଗୋ ପ୍ଲେନ୍ ତାହା ଜୁନ୍‌ ୫ ତାରିଖରେ ବାହ୍ୟ କକ୍ଷପଥରେ ପହଞ୍ଚିଥିଲା । ପ୍ରାୟ ମାସକ ପରେ ନାଲି ଓ କଞ୍ଚା ଲଙ୍କା ଚାରା ବଢ଼ିବା ଆରମ୍ଭ କଲା । ମହାକାଶକୁ ଯାଇଥିବା ଏହି ଲଙ୍କାର ନାଁ ‘ଏସ୍‌ପାନୋଲା ଇମ୍‌ପ୍ରୁଭ୍‌ଡ ନୁମେକ୍ସ । ଏହାକୁ କଞ୍ଚାବେଳେ ଖିଆଯାଏ । ପାଚିଲେ ଅର୍ଥାତ ଲାଲ୍‌ ପଡ଼ିଗଲେ, ଗୁଣ୍ଡ କରି ବ୍ୟବହାର କରାଯାଏ ।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ର ଅତ୍ୟନ୍ତ ନିୟନ୍ତ୍ରିତ ପରିବେଶରେ ଏହି ଲଙ୍କା ଗଛ ବଢୁଛି । ଆଉ ଦୁଇ ମାସରେ ମହାକାଶଚାରୀମାନେ କଞ୍ଚା ଓ ନାଲି ଲଙ୍କାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବେ । ଏହି ଲଙ୍କା ଗଛ ‘ଆଡ୍‌ଭାନ୍ସଡ ପ୍ଲାଣ୍ଟ ହାବିଟାଟ୍‌ ନାମକ ଡିଭାଇସ୍‌ରେ ବଢୁଛି। ଏପିଏଚ୍‌ ଅନ୍ୟତମ ୩ୟ ଚାରା ବୃଦ୍ଧିକାରୀ ବଖରା, ଯାହା ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପ୍ରୟୋଗ କରେ । ୧୮୦ରୁ ଅଧିକ ସେନ୍ସରଯୁକ୍ତ ଏହି ଡିଭାଇସ୍‌ ଆର୍ଦ୍ରତା ସ୍ତର, ଅଙ୍ଗାରକାମ୍ଳ ସ୍ତର, ତାପମାତ୍ରା, ଆଲୋକ ଆଦିକୁ ନିୟନ୍ତ୍ରିତ କରେ, ଯାହା ଫଳରେ ଚାରାଗୁଡ଼ିକ ପୃଥିବୀର ପରିବେଶ ଭଳି ବଢ଼ିପାରିବ ।

ବର୍ତ୍ତମାନ ମହାକାଶଚାରୀ ଶେନ୍‌ କିମ୍‌ବ୍ରୋଗ୍‌ ଏହି ପରୀକ୍ଷଣର ତଦାରଖ କରୁଛନ୍ତି । ପୂର୍ବରୁ ସେ ଏଭଳି ଅନେକ ପରୀକ୍ଷଣର ଅଂଶ ରହିଛନ୍ତି। ୨୦୧୬ରେ ସେ ମହାକାଶ ଷ୍ଟେସନ୍‌ରେ ରେଡ୍‌ ରୋମେନ୍‌ ଲେଟ୍ୟୁସ୍‌ର ନମୁନା ଚାଷ କରିଥିଲେ । ସେ ମଧ୍ୟ ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣ ଆରମ୍ଭ କରିଥିଲେ । ତେବେ ସଦ୍ୟ ପରୀକ୍ଷଣର ଫଳ ଶେନ୍‌ ଦେଖିପାରିବେ ନାହିଁ । କାରଣ ଲଙ୍କା ଫଳିବା ବେଳକୁ ସେ ପୃଥିବୀକୁ ଫେରିଆସିଥିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା