ଭେଣ୍ଟିଲେଟର ପ୍ରସ୍ତୁତ କଲେ ବିଟେକ ଛାତ୍ର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମହାମାରୀ ସମୟରେ ଯେଭଳି ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ନହେଉ ସେହି ଉଦ୍ଦେଶ୍ୟରେ ଅନନ୍ୟ ପ୍ରସ୍ତୁତ କରିଛନ୍ତି ଭେଣ୍ଟିଲେଟର । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲକଡ଼ାଉନ ସମୟରେ ଅଧ୍ୟାପକଙ୍କ ପରାମର୍ଶକ୍ରମେ ଅକ୍ଳାନ୍ତ ପରିଶ୍ରମ କରି ଭେଣ୍ଟିଲେଟର ପ୍ରସ୍ତୁତ କରିଥିବା କହିଛନ୍ତି ଅନନ୍ୟ । ଭେଣ୍ଟିଲେଟର ପ୍ରସ୍ତୁତ କଲେ ବିଟେକ ଛାତ୍ର ଅନନ୍ୟ ଅପ୍ରମ୍ୟ । ସେ ଭୁବନେଶ୍ୱରର ଏକ ଘରୋଇ ଇଜିଂନିୟରି କଲେଜରେ ଆଇଟି ବିଭାଗରେ ତୃତୀୟ ବର୍ଷର ଛାତ୍ର । ତାଙ୍କ ଘର ଭଞ୍ଜନଗର ସହରରେ ।

ଅଧ୍ୟାପକଙ୍କ ନିର୍ଦ୍ଦେଶକ୍ରମେ ୮ଜଣିଆ ଟିମର ନେତୃତ୍ୟ ନେଇ ଅନନ୍ୟ ୪ମାସରେ ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ଅକ୍ସିଜେନ ହୁଡ଼, ନେକସିଲ, ବ୍ୟାକ୍ଟେରିଆଲ ଫିଲଟର, ପିପ୍ଭଲ୍ୱ, ଥ୍ରୀୱେ କନେକ୍ଟର, ଟବିଂସର୍କିଟ, ଆମ୍ବୁବେଗକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ସ୍ୱଦେଶୀ ଭେଣ୍ଟିଲେଟର । ସବୁଠାରୁ ବଡ଼ କଥା ହେଉଛି ଯେ ସମଗ୍ର ଭାରତ ବର୍ଷ ଲକଡ଼ାଉନ ଥିବା ସମୟରେ ଏସବୁ ସାମଗ୍ରୀ ସଂଗ୍ରହ କରି ଭେଣ୍ଟିଲେଟର ପ୍ରସ୍ତୁତି ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି । ତାଙ୍କ ସଫଳତାରେ ପରିବାର ଲୋକ ବେଶ ଖୁସି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’