https://youtu.be/1cjNUpQzTU4
ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ବାହାରପଟୁ ଲେଜର ସ୍କାନିଂ ପାଇଁ ଇଝଓକୁ ଅନୁମତି ଦିଆ ଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି । ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ । ରିପୋର୍ଟ ଆସିବା ପରେ ବୈଷୟିକ କମିଟି ସମୀକ୍ଷା କରିବ । ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ସମସ୍ତ ପ୍ରକାର ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।