Masthead

ଏହା ମୋର ଶେଷ ନିର୍ବାଚନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର କରିଛି । ୨୫ ବର୍ଷର ରେକର୍ଡ ରାଜନୀତିକୁ ଧ୍ୱସ୍ତ କରିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ୨୧ଟି ଆସନରୁ ୨୦ଟି ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କୋରାପୁଟ ଆସନ ଉପରେ କବଜା କରିଛି କଂଗ୍ରେସ ।

ସେପଟେ ଯଦି ଦେଖିବା ଚଳିତ ଥର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ। ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି’। ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ସହ ରହି ଆସିଛି । କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିବା କଥା ଚିନ୍ତା କରିନାହିଁ।

ଭଣ୍ଡାରିପୋଖରୀବାସୀ ମୋତେ ବିଜୟୀ କରିପାରିନଥିଲେବି ଯେଉଁ ସ୍ନେହ-ଶ୍ରଦ୍ଧା ଦେଇଛନ୍ତି, ସେଥିପାଇଁ ମୁଁ ସେମାନଙ୍କ ନିକଟରେ ଋଣୀ। ଏଥର ନିର୍ବାଚନରେ ପ୍ରତିଦ୍ଵନ୍ଦିତା ନ’କରିବାକୁ ଇଛା କରିଥିଲେ ମଧ୍ୟ ଭଣ୍ଡାରିପୋଖରୀବାସୀ ଅନୁରୋଧ କରିବାରୁ ଏ ନିର୍ବାଚନ ଲଢିଥôଲି । ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । ବିକାଶ ଦିଗରେ ଚିନ୍ତା କରି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲି। ନିର୍ବାଚନରେ ଜନତାଙ୍କ ରାୟଙ୍କୁ ସମ୍ମାନ ଜଣାଉଛି ଓ ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ ବୋଲି ସ୍ଥିର କରିଛି । କିନ୍ତୁ ଓଡିଶାବାସୀଙ୍କ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ