Masthead

ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ । ଆଜି ସରିବ ପ୍ୟାରିସ୍ ଅଲିମ୍ପିକ୍ସ, ଭାରତର ଧ୍ୱଜା ଧରିବେ ମନୁ ଓ ଶ୍ରୀଜେଶ । ଆଜି ଅପରାହ୍ନରେ ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ ହୋଇଛି । ଏ ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିବେ । ଭାରତ ପକ୍ଷରୁ ମନୁ ଭାକର ଓ ପି.ଆର ଶ୍ରୀଜେଶ ଜାତୀୟ ପତାକା ଧରିବେ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ ।

ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି । ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଟିଂରୁ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ୩ଟି ପଦକ ଜିତିଛି ଭାରତ । ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାପରେ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଭାରତକୁ ଚତୁର୍ଥ ପଦକ ହକିରୁ ଆସିଥିଲା । ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଛି ଟିମ୍‌ ଇଣ୍ଡିଆ । ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି । କୁସ୍ତିରୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ପଦକ ଆସିଛି । ପୁରୁଷ ୫୭ କେଜି ଫ୍ରି ଷ୍ଟାଇଲ କୁସ୍ତିରେ ଅମନ ଶେରାୱତ ବ୍ରୋଞ୍ଜ୍‌ ମେଡାଲ ଜିତିଛନ୍ତି । ଏଥର ଗୋଟିଏ ବି ସ୍ବର୍ଣ୍ଣ ପାଇନି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’