Masthead

ଗ୍ରାମବାସୀ-ପ୍ରଶାସନ ଖଣ୍ଡଯୁଦ୍ଧ

ଢେଙ୍କାନାଳ, (ବଡ଼ ଖବର ବ୍ୟୁରୋ) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବୋରାପଦା ଖମାରରେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ବୋରାପଦା ଖମାର ଠାରେ ଥିବା ୩.୫ଏକର ଏକ ସରକାରୀ ପ୍ଲଟକୁ ସରକାରୀ ଜମିର ସୁରକ୍ଷା ନିୟମ ଅନୁଯାୟୀ ଆଜି ପାଚେରି କାମ ଚାଲୁଥିବା ସମୟରେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଗତ ୩୦ ବର୍ଷଧରି ସେମାନେ ସେଠାରେ ଅସ୍ଥାୟୀ ଘରେ ରହିଆସିଛନ୍ତି, ତେଣୁ ସେମାନଙ୍କୁ ସେହି ଜାଗାରେ ପ୍ରତି ଘର ପିଛା ଏକଗୁଣ୍ଠ ଜାଗା ଦିଆନଯାଇ ପ୍ରଶାସନ ପକ୍ଷରୁ ପାଚେରି ନିର୍ମାଣ କରାଯାଉଥିବାରୁ ସେମାନେ ବିରୋଧ କରିଛନ୍ତି ।

ବିରୋଧ ହେବାରୁ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ତହସିଲଦାର ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥଲେ । ଲୋକଙ୍କ କିଛି ସମସ୍ୟା ଥିଲେ ସମାଧାନ କରାଯିବ । କିଛି ପ୍ରଭାବଶାଳୀ ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ ଜାଗାକୁ ଦଖଲ କରିଛନ୍ତି । ନିରୀହ ଲୋକଙ୍କୁ ଭ୍ରମିତ କରି ସରକାରୀ କାମରେ ବାଧା ଦେଉଛନ୍ତି । ସେଥିରୁ ନିବୃତ୍ତ ରୁହନ୍ତୁ ନହେଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ତହସିଲଦାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା