Masthead

ଗ୍ରାମବାସୀ-ପ୍ରଶାସନ ଖଣ୍ଡଯୁଦ୍ଧ

ଢେଙ୍କାନାଳ, (ବଡ଼ ଖବର ବ୍ୟୁରୋ) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବୋରାପଦା ଖମାରରେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ବୋରାପଦା ଖମାର ଠାରେ ଥିବା ୩.୫ଏକର ଏକ ସରକାରୀ ପ୍ଲଟକୁ ସରକାରୀ ଜମିର ସୁରକ୍ଷା ନିୟମ ଅନୁଯାୟୀ ଆଜି ପାଚେରି କାମ ଚାଲୁଥିବା ସମୟରେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । ଗତ ୩୦ ବର୍ଷଧରି ସେମାନେ ସେଠାରେ ଅସ୍ଥାୟୀ ଘରେ ରହିଆସିଛନ୍ତି, ତେଣୁ ସେମାନଙ୍କୁ ସେହି ଜାଗାରେ ପ୍ରତି ଘର ପିଛା ଏକଗୁଣ୍ଠ ଜାଗା ଦିଆନଯାଇ ପ୍ରଶାସନ ପକ୍ଷରୁ ପାଚେରି ନିର୍ମାଣ କରାଯାଉଥିବାରୁ ସେମାନେ ବିରୋଧ କରିଛନ୍ତି ।

ବିରୋଧ ହେବାରୁ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ତହସିଲଦାର ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥଲେ । ଲୋକଙ୍କ କିଛି ସମସ୍ୟା ଥିଲେ ସମାଧାନ କରାଯିବ । କିଛି ପ୍ରଭାବଶାଳୀ ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ ଜାଗାକୁ ଦଖଲ କରିଛନ୍ତି । ନିରୀହ ଲୋକଙ୍କୁ ଭ୍ରମିତ କରି ସରକାରୀ କାମରେ ବାଧା ଦେଉଛନ୍ତି । ସେଥିରୁ ନିବୃତ୍ତ ରୁହନ୍ତୁ ନହେଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ତହସିଲଦାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’