Masthead

ଆଜି ସରିବ ରଜ ମଉଜ, ପୁଣି ଆର ବରଷକୁ ଅପେକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ଆଜି ରଜର ତୃତୀୟ ଦିନ ବା ଶେଷ ଦିନ । ଆଜି ରାଜ୍ୟବାସୀ ପାଳୁଛନ୍ତି ଶେଷ ରଜ । ପୂର୍ବ ଦୁଇ ଦିନ ଭଳି ଆଜି ବି ରଜକୁ ଧୁମଧାମରେ ସମସ୍ତେ ପାଳନ କରୁଛନ୍ତି । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ମଉଜ ହିଁ ମଉଜ । କିଶୋରୀ ଓ ଯୁବତୀମାନେ ରଜ ପର୍ବର ମଜା ଉଠାଉଛନ୍ତି ।  ଏହି ତିନିଦିଆ ପର୍ବର ଆଜି ଅନ୍ତିମ ଦିନ ବା ଶେଷ ରଜ । ଆଜି ରଜ ଉତ୍ସବ ସରିବା ପରେ ଆସନ୍ତାକାଲି ବସୁମତୀ ସ୍ନାନ ପରମ୍ପରା ରହିଛି। ବର୍ଷରେ ଏହି ପର୍ବ ପାଳନ ପାଇଁ ଚାହିଁ ବସିଥିବା ରାଜ୍ୟବାସୀ ଶେଷ ରଜକୁ ମଧ୍ୟ ଧୁମଧାମରେ ପାଳନ କରିଛନ୍ତି ।

ପହିଲି ରଜକୁ ଉପଭୋଗ କରିବା ସହ ରଜ ସଂକ୍ରାନ୍ତିର ମହୋଲ ମଧ୍ୟ ବେଶ ଜମିଥିଲା । ଆଜି ଶେଷ ରଜର ସକାଳକୁ ଉତ୍ସାହ ଓ ଉଦ୍ଦୀପନାରେ ସହ ସଭିଏଁ ସ୍ବାଗତ କରିଛନ୍ତି । ପୂର୍ବ ଦୁଇଦିନ ପରି ସମାନ ଭାବରେ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇଛି । ତରୁଣୀମାନେ ସଜବାଜ ହୋଇ ଶେଷ ରଜକୁ ପାଳନ କରିଛନ୍ତି । ମାଟି ଓ ମୌସୁମୀର ମିଳନ ପର୍ବ ହେଉଛି ରଜ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ରଜସ୍ବଳା ହୁଅନ୍ତି । ଏହି ତିନିଦିନ ଚଷା ପୁଅ କୌଣସି ଚାଷ କାମ କରନ୍ତି ନାହିଁ । ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକ ଭାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ