Masthead

ସରକାର ଦେବେ ‘ସୁନନ୍ଦା ସମ୍ମାନ’, ପଢ଼ନ୍ତୁ ପୂରା ଖବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହିନ୍ତୁସ୍ତାନୀ ରାଗ ରାଗିଣୀର କାଳଜୟୀ କଣ୍ଠଶିଳ୍ପୀ ଡ.ସୁନନ୍ଦା ପଟ୍ଟନାୟକଙ୍କୁ ଜୀବିତା ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର କରିଥିଲେ ଅବହେଳା । ଏହି ପ୍ରତିଥୀଯଶା ପ୍ରତିଭା ହୋଇଥିଲା ଉପେକ୍ଷିତ । ତାଙ୍କ ଆବର୍ତ୍ତମାନରେ ରାଜ୍ୟ ସରକାର ଚେଇଁ ଉଠିଛନ୍ତି । ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ସମ୍ମାନାର୍ଥେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦାନ କରିବ ‘ସୁନନ୍ଦା ସମ୍ମାନ’ ।

ଏଣିକି ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତିବର୍ଷ ଦିଆଯିବ ‘ସୁନନ୍ଦା ସମ୍ମାନ’ । ପୁରସ୍କାର ବାବଦରେ ମିଳିବ ଅଢେଇ ଲକ୍ଷ ଟଙ୍କା,ମାନପତ୍ର ଓ ଅଙ୍ଗବସ୍ତ୍ର ।

ଜାନୁୟାରୀ ୧୯ ତାରିଖରେ କୋଲକାତାରେ ସୁନନ୍ଦା ପଟ୍ଟନାୟକଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଥିଲା । ଜୀବିତା ଅବସ୍ଥାରେ ତ ସେ ପ୍ରଶାସନିକ ଅବହେଳାର ଶୀକାର ହୋଇଥିଲେ, ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଦିଆଯାଇନଥିଲା ଉପଯୁକ୍ତ ସମ୍ମାନ । ଏହାକୁ ନେଇ ସଙ୍ଗୀତ ଜଗତରେ କ୍ଷୋଭ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତା ସୁନନ୍ଦାଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ତତ୍ପରତା ପ୍ରକାଶ କରିଥିଲେ । ସୁନନ୍ଦାଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗତ ଜାରୁୟାରୀ ୨୯ ତାରିଖରେ ଘୋଷଣା କରିଥିଲେ ।

ପ୍ରତିଶ୍ରୁତି ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ଘୋଷଣା କରିଛନ୍ତି ସୁନନ୍ଦାଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଗୁରୁ ମା’ ସୁନନ୍ଦା ପଟ୍ଟନାୟକ ଚେୟାର କେବେ ପ୍ରତିଷ୍ଠା ହେବ ବଡ଼ ଖବର ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ