Masthead

ଝୁମ୍ପୁଡ଼ି କୁଡ଼ିଆରେ ବିତୁଛି ଜୀବନ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଝୁମ୍ପୁଡ଼ି କୁଡିଆରେ ବିତୁଛି ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତର ମେରେଇ ଗ୍ରାମରେ । ମେରେଇ ଗ୍ରାମର ଭଗତ ହରିଜନ । ବୟସ ୭୦ ପାଖାପାଖି ହେବ । ସେ ଆଜକୁ ୧୦ବର୍ଷ ହେବ ନିଜର ଘର, ଜମି କିଛି ନଥିବା ଯୋଗୁଁ ଗାଁ ମୁଣ୍ଡରେ ଥିବା ଏକ ବିଲ ନିକଟରେ ଛେଳି କୁଡ଼ିଆ ସଦୃଶ୍ୟ ଭଙ୍ଗା କୁଡ଼ିଆରେ ଭିକ ମାଗି ବିତାଉଛନ୍ତି ଜୀବନ ।

ନିଜ ସ୍ତ୍ରୀ ଆଜକୁ ୧୦ ବର୍ଷରୁ ଊଦ୍ଧ୍ୱର୍ ହେବ ଘର ଛାଡି ଚାଲିଯାଇଥିବା ବେଳେ ଝିଅ ଅନ୍ୟତ୍ର ବିବାହ ହୋଇ ଚାଲିଗଲା । ପରେ ଭଗତ ଏକୁଟିଆ ନିଜର ଏକ କୁଡ଼ିଆରେ ରହି ନିଜର ପୁରୁଣା ରାସନ କାର୍ଡରେ ୧୦କେଜି ଚାଉଳ ପାଉଥିଲା ଏବଂ ବାହାରେ କୁଲି ମଜୁରି କରି ଚଲିଯାଉଥିଲେ । ଆଜକୁ ଏକ ବର୍ଷ ହେବ କୌଣସି କାରଣ ଯୋଗୁଁ ବିଚରା ଭଗତଙ୍କର ଚାଉଳ ମିଳିବା ବନ୍ଦ ହୋଇଗଲା ।

ଭଗତଙ୍କ କହିବା ଅନୁଯାଇ ସେ ଚାଉଳ ପାଇଁ ବାରମ୍ବାର ପଂଚାୟତରେ ଅଭିଯୋଗ କରିଥିଲେ ହେ କେହି ଶୁଣି ନଥିଲେ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବି ସେ ବହୁ ଲୋକଙ୍କ ନିକଟରେ ଗୁହାରି କରିଥିଲେ । ଭତ୍ତା ପାଇବାରୁ ବଞ୍ଚିତ ଭଗତ ଏବେ ଭିକ ମାଗି ଖରା ବର୍ଷା ସହି ଝୁମ୍ପୁଡ଼ି ରେ ପଡ଼ିରହିଛନ୍ତି । ଭଗତକୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାପାଇଁ ଭଗତ ହରିଜନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ