Masthead

ଭଙ୍ଗାଘରେ ବିତୁଛି ଜୀବନ

ରାଉରକେଲା (ବଡ ଖବର ବ୍ୟୁରୋ): ଗରିବ ହେବାର ଦୁଃଖ କେବଳ ଜଣେ ଗରିବ ହିଁ ଜାଣିଚି । ଗରିବ ହେଲେ ଲୋକଙ୍କୁ ମିଳେ ନାହିଁ ଟିକେ ସମ୍ମାନ ନା ହିଁ ମିଳେ ଭଲ ଭାବରେ ସରକାରୀ ସହାୟତା ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ଘର । ଭଙ୍ଗା ଘର ତଳେ ଦୁଇ ଅନାଥ ଛୁଆ ସହ ତାଙ୍କର ଦାଦା ଓ ଖୁଡୀଙ୍କ ଜୀବନ ବିତୁଛି । ବଡ଼ବଡ଼ିଆଙ୍କୁ ମିଳୁଛି ସରକାରୀ ସହାୟତା କିନ୍ତୁ ହିତାଧିକାରୀଙ୍କୁ ମିଳୁଛି କେବଳ ନିରାଶା । ବଣାଇ ଅଞ୍ଚଳରେ ମୂଳ ହିତାଧିକାରୀଙ୍କୁ ମିଳିପାରିନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।ଏନେଇ ବାରମ୍ବାର ଦାବି କରାଯାଇଛି |

ସେହି ଭଙ୍ଗା ଘର ତଳେ ବିନା ବିଜୁଳିରେ ରହୁଛନ୍ତି ଗରିବ ଅସହାୟ ଗୁରୁ କିଷାନ ଓ ତାଙ୍କ ସ୍ତ୍ରୀ ସହ ବଡ଼ଭାଇଙ୍କର ଦୁଇ ଅନାଥ ଝିଅ ଓ ପୁଅ ।ବଣାଇ ବ୍ଲକ ଅନ୍ତର୍ଗତ ବାବୁନୁଆଗାଁ ଗ୍ରାମର ଗୁରୁ କିଷାନଙ୍କୁ ମିଳିପାରିନାହିଁ ଖଣ୍ଡେ ସରକାରୀ ସହାୟତାରେ ଘର ଖଣ୍ଡିଏ | ଦୀର୍ଘ ଦୁଇ ବର୍ଷ ହୋଇଗଲାଣି ଭାଙ୍ଗି ଯାଇଛି ଘର ଓ ଉଡି ଯାଇଛି ଛାତ | ସେଇ ଭଙ୍ଗା ଛାତକୁ ଅଳ୍ପ ବହୁତ ସଜାଡି ସେହିଠାରେ ମୁଣ୍ଡ ଗୁଂଜିଛନ୍ତି ଦୁଇ ଶିଶୁ ସହ ସ୍ୱାମୀ ଓ ସ୍ତ୍ରୀ। ଅର୍ଥ ଅଭାବ ଯୋଗୁଁ ନିଜେ ସଜାଡି ପାରୁ ନାହାନ୍ତି ଭଙ୍ଗା ଘରକୁ । ଭଙ୍ଗା ଘରେ ବିଜୁଳି ମଧ୍ୟ ନାହିଁ | ନିଜର ଅର୍ଥାଭାବ ଥିବାରୁ ବିଜୁଳି ବିଲ କେବଳ ଗୋଟିଏ ବଲବ ଲଗାଇବା ପରେ ବର୍ଷକରେ ୨୦ ହଜାର ଟଙ୍କା ବିଲ ଆସୁଥିବା କହି ବିଜୁଳି ବିଭଗ ମଧ୍ୟ କୌଣସି ସାହାଯ୍ୟ ନକରି ଫାଇନ ଆଦାୟ କରି କାଟିଦେଇଛି ବିଜୁଳି।

ନିଜେ ଦିନ ମଜୁରିଆ ଭାବରେ ଗୁରୁ କିଷାନ କାମ କରି ପରିବାର ପ୍ରତିପୋଷଣ କରି ୨୦ ହଜାର ବିଜୁଳି ବିଲ ଭରିବା ଅସମ୍ଭବ ହୋଇପଡ଼ିଛି । ବର୍ଷାରେ ଗଳୁଛି ପାଣି ଏବଂ ଖରାଦିନେ କାଳ ବୈଶାଖୀ ହେଲେ ଲାଗିରହୁଛି ଡର ଯେ କାଳେ ଘର ନିଜ ଉପରେ ନପଡୁ। ଏଭଳି ଅବସ୍ଥାରେ ରହୁଛନ୍ତି ଗୁରୁ କିଷାନ ସହ ତାଙ୍କ ସ୍ତ୍ରୀ ଏବଂ ବଡ଼ ଭାଇଙ୍କ ଦୁଇ ଅନାଥ ଝିଅ ଓ ପୁଅ । ଏଠାରେ ସରକାରୀ ବାବୁ ମାନେ ଗରିବ ହିତାଧିକାରୀଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି ନା ବଡ଼ବଡିଆ ଅଣ ହିତାଧିକାରୀଙ୍କୁ ସାହାଯ୍ୟ କରିବାକୁ ଅଛନ୍ତି ଏ ପ୍ରଶ୍ନ ପଚାରୁଛି ବଡ଼ ଖବର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ