Masthead

ସରକାରୀ ଯୋଜନା ହେଉଛି ବାଟବଣା

ବାଲେଶ୍ୱର (ବଡ ଖବର ବ୍ୟୁରୋ): ସରକାରୀ ଯୋଜନା କାହାପାଇଁ ।ସରକାର ଗରିବକଲ୍ୟାଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଯୋଜନାର ସୁଫଳ ପ୍ରକୁତ ହିତାଧିକାରୀ ପାଖରେ ପହଁଚୁନଥିବାର ଦେଖିବାକୁ ମିଳିଛି।ସରକାରୀ ଯୋଜନାରେ ପକ୍କାଘର ନପାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ନୁଆଁଣିଆ ଝୁପୁଡି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ।ଏଠାରେ ପ୍ରଶ୍ନ ଉଠେ ସରକାରୀ ଯୋଜନା ତେବେ କାହା ପାଇଁ ।ବାଲିଆପାଳ ବ୍ଲକର ଅସ୍ତି ପଞ୍ଚାୟତ ବଢାପାଳ ଗ୍ରାମର ଝାଡେଶ୍ବର ପାତ୍ର ।ଚାରି ପୁଅ, ବହୁଙ୍କୁ ମିଶାଇ ମୋଟ ୯ଜଣ ପରିବାରର ସଦସ୍ୟ । ଝାଡେଶ୍ବର ଜଣେ ଦୀନମଜୁରିଆ ହୋଇଥିବା ବେଳେ,ଯେତିକି ଦୈନିକ ରୋଜଗାର କରନ୍ତି ସେତକ ପେଟପାଇଁ ନିୟଣ୍ଟ ।ତେବେ ତାଙ୍କପାଇଁ ପକ୍କାଘର କରିବା ସାତସପନ ।

ପକ୍କାଘର କରିନପାରି ବାଧ୍ୟହୋଇ ନୁଆଁଣିଆ ନଡାଛପର ଘରେ ଗୋଟିଏ ବଖରା ଘରେ ବାପା,ମା,ପୁଅ ଓ ବୋହୁ ଶୋଇବାପାଇଁ ବାଧ୍ୟ ହେଉଛନ୍ତି।ବାରମ୍ବାର ସରପଞ୍ଚ ଓ ବିଡିଓଙ୍କ ଠାରେ ପକ୍କାଘର ପାଇଁ ନିବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ଝାଡେଶ୍ବରଙ୍କ ପକ୍କାଘର ସ୍ବପ୍ନ ପୂରଣ ହୋଇନାହିଁ।ଆହୁରି ମଧ୍ୟ ଝାଡେଶ୍ବରଙ୍କ ଘର ସୁବର୍ଣରେଖା ନଦୀ ଅବବାହିକାରେ ଥିବାରୁ ସୁବର୍ଣ ରେଖାର ବନ୍ୟାପାଣି ପ୍ରଥମେ ତାଙ୍କ ଘରେ ପ୍ରବେଶ କରିବା ସହ ବେଘର୍ ହେବାକୁ ପଡିଥାଏ ।ଆହୁରି ମଧ୍ୟ ଖରା ବର୍ଷା ଓ ଶୀତ କାକରରେ ଛୋଟ ପିଲାମାନଙ୍କୁ ନେଇ ରହିବା ଅସୁବିଧା ହୋଇଥାଏ । ଏଣୁ ପ୍ରଶାସନ ଝାଡେଶ୍ବରଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବି ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା