Masthead

ମେକଅପ ଟ୍ରିଟମେଣ୍ଟ ପଡିଲା ମହଙ୍ଗା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ବଲିଉଡ ହେଉ କି ହଲିଉଡ ହିରୋଇନ ମାନେ ନିଜର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବୋହୁତ କିଛି କରିଥାନ୍ତି । କହିବାକୁ ଗଲେ ଅନେକ ଗୁଡିଏ ରିକ୍ସ ଉଠେଇ ନିଜ ନିଜ ଫେସରେ ଏକ ପ୍ରକାର ଏକ୍ସପେରିମେଣ୍ଟ କରିଥାନ୍ତି । କିନ୍ତୁ ବେଳେବେଳେ ଏହି ଏକ୍ସପେରିମେଣ୍ଟ ପଡିଯାଏ ମହଙ୍ଗା । ସେହିପରି ନିକଟରେ ଟଲିଉଡର ଜଣେ ସୁନ୍ଦରୀ ନିଜକୁ ଆଉଟିକେ ସୁନ୍ଦର କରିବା ପାଇଁ ଏମିତି ଏକ ପଦକ୍ଷପ ଉଠାଇଛନ୍ତି ଯାହା ପାଇଁ ତାଙ୍କୁ ପସ୍ତେଇବାକୁ ପଡିଛି । ସେ ତାଙ୍କ ସୌନ୍ଦର୍ଯ୍ୟକୁ ଆଉଟିକେ ବଢାଇବାକୁ ଫେସରେ ମେକଅପ ଟ୍ରିଟମେଣ୍ଟ କରାଇଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ହେଉଛନ୍ତି ରାଇଜା ୱିଲସନ ।

ସେ ନିଜ ସୌନ୍ଦର୍ଯ୍ୟ ଜରିଆରେ ସମସ୍ତଙ୍କ ମନ କିଣିଥାଆନ୍ତି । କିନ୍ତୁ ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ କରିଛି । ସବୁବେଳେ ନିଜ ସୌନ୍ଦର୍ୟ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଇଜାଙ୍କ ପାଇଁ କାଳ ସାଜିଛି ମେକଅପ ଟ୍ରିଟମେଣ୍ଟ । ଟ୍ରିଟମେଣ୍ଟ ପାଇଁ ଖରାପ ହୋଇଛି ତାଙ୍କ ମୁହଁର ଅବସ୍ଥା । ଯାହାର ଫଟୋ ପୋଷ୍ଟ କରି ସେ ତାଙ୍କ ଦୁଃଖ ବ୍ୟକ୍ତ କରିଛନ୍ତି । ଏହାସହ ସେ ପୋଷ୍ଟରେ ଖୁଲାସା କରିଛନ୍ତି ଯେ ଯେଉଁ ଡାକ୍ତରଙ୍କ ପାଇଁ ତାଙ୍କର ଏପରି ଅବସ୍ଥା ହୋଇଛି ବର୍ତ୍ତମାନ ସେ ସହର ଛାଡି ଚାଲିଯାଇଛନ୍ତି ।

ଆଉ ତାଙ୍କ ସହ ସମ୍ପର୍କ ମଧ୍ୟ ହେଉପାରୁନାହିଁ । ନିଜ ଫଟୋ ପୋଷ୍ଟ କରି ରାଇଜା ଲେଖିଥିଲେ,‘ମୁଁ ସାଧାରଣ ଫେସିଆଲ ଟ୍ରିଟମେଣ୍ଟ ପାଇଁ ଡକ୍ଟର ଭୈରବୀଙ୍କ କ୍ଲିନିକକୁ ଯାଇଥିଲି। ସେ ମୋତେ ଏକ ନୂଆ ମେକଅପ୍ ଟ୍ରିଟମେଣ୍ଟ କରିବାକୁ ବାଧ୍ୟ କରିଥିଲେ । ଯାହା ମୋର ଆବଶ୍ୟକ ନଥିଲା ଏବଂ ବର୍ତ୍ତମାନ ଫଳାଫଳ ଦେଖନ୍ତୁ । ଏହା ସତ୍ତ୍ବେ ସେ ମୋ ସହ ସାକ୍ଷାତ କରିବାକୁ ଏବଂ କଥା ହେବାକୁ ମନା କରି ଦେଇଛନ୍ତି। ତାଙ୍କ କର୍ମଚାରୀ କହିଛନ୍ତି ଯେ ସେ ସହର ବାହାରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା