Masthead

ମେକଅପ ଟ୍ରିଟମେଣ୍ଟ ପଡିଲା ମହଙ୍ଗା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ବଲିଉଡ ହେଉ କି ହଲିଉଡ ହିରୋଇନ ମାନେ ନିଜର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବୋହୁତ କିଛି କରିଥାନ୍ତି । କହିବାକୁ ଗଲେ ଅନେକ ଗୁଡିଏ ରିକ୍ସ ଉଠେଇ ନିଜ ନିଜ ଫେସରେ ଏକ ପ୍ରକାର ଏକ୍ସପେରିମେଣ୍ଟ କରିଥାନ୍ତି । କିନ୍ତୁ ବେଳେବେଳେ ଏହି ଏକ୍ସପେରିମେଣ୍ଟ ପଡିଯାଏ ମହଙ୍ଗା । ସେହିପରି ନିକଟରେ ଟଲିଉଡର ଜଣେ ସୁନ୍ଦରୀ ନିଜକୁ ଆଉଟିକେ ସୁନ୍ଦର କରିବା ପାଇଁ ଏମିତି ଏକ ପଦକ୍ଷପ ଉଠାଇଛନ୍ତି ଯାହା ପାଇଁ ତାଙ୍କୁ ପସ୍ତେଇବାକୁ ପଡିଛି । ସେ ତାଙ୍କ ସୌନ୍ଦର୍ଯ୍ୟକୁ ଆଉଟିକେ ବଢାଇବାକୁ ଫେସରେ ମେକଅପ ଟ୍ରିଟମେଣ୍ଟ କରାଇଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ହେଉଛନ୍ତି ରାଇଜା ୱିଲସନ ।

ସେ ନିଜ ସୌନ୍ଦର୍ଯ୍ୟ ଜରିଆରେ ସମସ୍ତଙ୍କ ମନ କିଣିଥାଆନ୍ତି । କିନ୍ତୁ ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ କରିଛି । ସବୁବେଳେ ନିଜ ସୌନ୍ଦର୍ୟ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଇଜାଙ୍କ ପାଇଁ କାଳ ସାଜିଛି ମେକଅପ ଟ୍ରିଟମେଣ୍ଟ । ଟ୍ରିଟମେଣ୍ଟ ପାଇଁ ଖରାପ ହୋଇଛି ତାଙ୍କ ମୁହଁର ଅବସ୍ଥା । ଯାହାର ଫଟୋ ପୋଷ୍ଟ କରି ସେ ତାଙ୍କ ଦୁଃଖ ବ୍ୟକ୍ତ କରିଛନ୍ତି । ଏହାସହ ସେ ପୋଷ୍ଟରେ ଖୁଲାସା କରିଛନ୍ତି ଯେ ଯେଉଁ ଡାକ୍ତରଙ୍କ ପାଇଁ ତାଙ୍କର ଏପରି ଅବସ୍ଥା ହୋଇଛି ବର୍ତ୍ତମାନ ସେ ସହର ଛାଡି ଚାଲିଯାଇଛନ୍ତି ।

ଆଉ ତାଙ୍କ ସହ ସମ୍ପର୍କ ମଧ୍ୟ ହେଉପାରୁନାହିଁ । ନିଜ ଫଟୋ ପୋଷ୍ଟ କରି ରାଇଜା ଲେଖିଥିଲେ,‘ମୁଁ ସାଧାରଣ ଫେସିଆଲ ଟ୍ରିଟମେଣ୍ଟ ପାଇଁ ଡକ୍ଟର ଭୈରବୀଙ୍କ କ୍ଲିନିକକୁ ଯାଇଥିଲି। ସେ ମୋତେ ଏକ ନୂଆ ମେକଅପ୍ ଟ୍ରିଟମେଣ୍ଟ କରିବାକୁ ବାଧ୍ୟ କରିଥିଲେ । ଯାହା ମୋର ଆବଶ୍ୟକ ନଥିଲା ଏବଂ ବର୍ତ୍ତମାନ ଫଳାଫଳ ଦେଖନ୍ତୁ । ଏହା ସତ୍ତ୍ବେ ସେ ମୋ ସହ ସାକ୍ଷାତ କରିବାକୁ ଏବଂ କଥା ହେବାକୁ ମନା କରି ଦେଇଛନ୍ତି। ତାଙ୍କ କର୍ମଚାରୀ କହିଛନ୍ତି ଯେ ସେ ସହର ବାହାରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା