Masthead

ଦୁଷ୍କର୍ମ ଅଭିଯୁକ୍ତକୁ ଜୋତାମାଳ

କାକଟପୁର (ବଡ଼ ଖବର ବ୍ୟୁରୋ): କାକଟପୁର କଙ୍ଗାରୁ କୋର୍ଟ । ଦୁର୍ଷ୍କମ ଅଭିଯୋଗରେ ଯୁବକର ହାତ ବାନ୍ଧି ଗାଁ ବୁଳାଇଲେ ଲୋକେ । ମାଡ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଥିଲେ ଗାଁ ଲୋକେ । ଅଭିଯୁକ୍ତ ଆଗରୁ ଦୁଇ ତିନି ଥର ଜେଲ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଗାଁର ଜନୈକା ମହିଳାଙ୍କ ଘରେ ପଶିଥିଲେ ।  ମହିଳାଙ୍କୁ ବଳତ୍କାର ଉଦ୍ୟମ କରିଥିଲେ । ଉକ୍ତ ମହିଳା ଜଣଙ୍କ ବଳତ୍କାର ବେଳେ ପାଟି କରିଥିଲେ । ମହିଳାଙ୍କ ପାଟି ଶୁଣି ଗାଁ ଲୋକେ ଅଭିଯୁକ୍ତ ପ୍ରଶାନ୍ତ ନାଥକୁ ଧରିଥିଲେ ।

କିଛି ଲୋକ ଯୁବକ ଧରିବା ସହ ବାନ୍ଧି ମାଡ ମାରିଥିଲେ । ପରେ ଚପଲ ମାଳ ପକାଇ ଗାଁରେ ବୁଲାଇଥିଲେ । କାକଟପୁର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କାକଟପୁର ଥାନାକୁ ନେଇ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କାକଟପୁର ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପ୍ରଶାନ୍ତ ଏପରି କାଣ୍ଡ ବାରମ୍ବାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ