Masthead

୪୦୦ ଲିଟର ଦେଶୀମଦ ଜବତ: ୨ ଗିରଫ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଚୋରା ଦେଶୀମଦ ଯୋଗାଉଥିବା ଦୁଇ ବେପାରୀଙ୍କୁ ଆଜି ସନ୍ଧ୍ୟାରେ ବାରଙ୍ଗ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ଼ ଅଞ୍ଚଳର ବିଷ୍ଣୁ ପ୍ରସାଦ ବେହେରା ଓ ସଞ୍ଜିତ ସାହୁ। ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଆଠଗଡ଼ ଅଞ୍ଚଳରୁ ମୁଣ୍ଡୁଳୀ-ପୁରୀ ମୁଖ୍ୟ କେନାଲ ରାସ୍ତା ଦେଇ ବାରଙ୍ଗ ଓ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଦେଶୀମଦ ଚାଲାଣ ହୋଇଥାଏ। ଆଜି ୧୪ଟି ବଡ଼ ବ୍ଲାଡର ଏବଂ ଗୋଟିଏ ବଡ଼ ଜାରିକିନରେ ପ୍ରାୟ ୪୦୦ଲିଟର ଦେଶୀମଦ ନେଇ ଏମାନେ ବାରଙ୍ଗ ଅଭିମୁଖେ ଆସୁଥିବା ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ ଜାଣିବାକୁ ପାଇଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗୋଡ଼ିସାହି କେନାଲ ବନ୍ଧ ରାସ୍ତାରେ ଜଗି ବସିଥିଲା। ସନ୍ଧ୍ୟା ୭.୪୫ରେ ସେମାନେ ଏକ ମାରୁତି ୱାଗନଆର କାର (ନଂ-ଓଆର୦୫-ଏଏ୮୭୭୯) ଯୋଗେ ମଦକୁ ଧରି ଆସୁଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଏହି ସମୟରେ କାରର ବସିଥିବା ବିଷ୍ଣୁ ଓ ସଞ୍ଜିତ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ହାତରେ ଧରାପଡ଼ିଥିଲେ। ଏମାନଙ୍କୁ ଥାନାକୁ ଅଣାଯାଇଛି। ଏମାନେ ବ୍ୟବହାର କରୁଥିବା କାର, ମଦ ଜବତ କରାଯାଇଛି। ଅବକାରୀ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ପୋଲିସ। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା। ତେବେ ଏତେ ପରିମାଣର ମଦ ସେମାନେ ଭୁବନେଶ୍ୱରର କେଉଁ ଅଞ୍ଚଳକୁ ଯୋଗାଉଥିଲେ ତାହା ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ