ଧରାପଡ଼ିଲା ପାଞ୍ଚ ଜଣିଆ ଡକାୟତ ଦଳ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ଭୁବନେଶ୍ୱରରେ ଦିନ କୁ ଦିନ ବଢ଼ିଚାଲିଛି ଡକାୟତି । ଜାତୀୟ ରଜପଥ ପାଲଟିଛି ଅପରାଧୀ ଓ ଡକାୟତମାନଙ୍କ ପେଣ୍ଠସ୍ଥଳୀ । ଏମାନଙ୍କୁ ଧରିବା ପାଇଁ ପୋଲିସ ମଧ୍ୟ ନାକେଦମ୍ ହେଉଛି । ବର୍ତ୍ତମାନ ରାଜଧାନୀ ଅସୁରକ୍ଷିତ ବୋଲି ମନେ କରୁଛନ୍ତି ରାଜଧାନୀବାସୀ । ଆଜି ସହିଦନଗର ପୋଲିସ ଏକ ଟିମ୍ ସାହାଯ୍ୟରେ ୫ଜଣିଆ ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି । ଡକାୟତମାନେ ଏକ ବଡ଼ଧରଣର ଡକାୟତି ଉଦ୍ୟମ ସମୟରେ ସେମାନଙ୍କୁ କାବୁ କରିଛି ପୋଲିସ ।

ଡକାୟତମାନଙ୍କ ଠାରୁ ୫ଟି ମୋବାଇଲ, ଗୋଟେ ଲାପଟପ୍, ଗୋଟେ ସୁନା ଚେନ୍ ସହ ଦୁଇଟି ମୁଦି ଜବତ କରିଛି ପୋଲିସ୍ । ଡକାୟତି ପାଇଁ ବ୍ୟବହୃତ ୩ଟି ମୋଟସାଇକେଲ ସହ ଏକ ମାରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’