Masthead

ବୋହୂଙ୍କୁ ଚରିତ୍ରହୀନା କହି ନିର୍ଯାତନା

ନରସିଂହପୁର, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା କାନପୁର ଥାନା ଶିଆରିଆ ଗ୍ରାମରେ ଯୌତୁକ ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ଅସୀମଚନ୍ଦ୍ର ସାହୁଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ମଧୁସ୍ମିତା। ସେପଟେ ବୋହୂ ଚରିତ୍ରହୀନା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଶାଶୁଘର ଲୋକ।


୨୦୧୭ରେ ନରସିଂହପୁର ବ୍ଲକ ଶିଆରିଆ ଗ୍ରାମର ଅସୀମ ଚନ୍ଦ୍ର ସାହୁଙ୍କ ପୁଅ ଅମରେଶ ସାହୁ କାନପୁର ଥାନା କୁରାଞ୍ଜ ଗ୍ରାମର ବିଦ୍ୟାଧର ରାଉତଙ୍କ ଝିଅ ମଧୁସ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ। ଏଠାରେ ସୂଚାଇ ଦେବାକୁ ଚାହିଁବୁ ଯେ ମଧୁସ୍ମିତାଙ୍କର ଏହା ଥିଲା ୪ର୍ଥ ବିବାହ। ପୂର୍ବରୁ ମଧୁସ୍ମିତାଙ୍କର ଗୋଟିଏ ୮ବର୍ଷର ଝିଅ ମଧ୍ୟ ଅଛି। ଝିଅ ମଧ୍ୟ ମଧୁସ୍ମିତାଙ୍କ ସହ ଅମରେଶଙ୍କ ଘରକୁ ଆସିଥିଲା। ବିବାହ ପରେ ଅମରେଶ କାମ କରିବାକୁ ବିଦେଶ ଯାଇଥିଲେ। ସ୍ୱାମୀଙ୍କ ଅନୁପସ୍ଥିତିରେ ମଧୁସ୍ମିତା ଅନ୍ୟ ପୁରୁଷଙ୍କ ସହ ମିଳାମିଶା କରୁଥିବା କହିଛନ୍ତି ଶାଶୁଘର ଲୋକେ।

ଏହାକୁ ନେଇ ପୂର୍ବରୁ ସେମାନେ ପ୍ରତିବାଦ କରିଥିଲେ। କରୋନା ସମୟରେ ପଞ୍ଜାବରୁ ଚାକିରି ଛାଡ଼ି ଘରକୁ ଆସିଥିବା ମଧୁସ୍ମିତାଙ୍କ ଦେଡ଼ଶୁର ମଧ୍ୟ ଏହାକୁ ବିରୋଧ କରିଥିଲେ। ଉତକ୍ଷିପ୍ତ ହୋଇ ମଧୁସ୍ମିତା ଗୁଣ୍ଡା ଲଗାଇ ଦେଡ଼ଶୁର ଓ ଯା’ଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଶାଶୁଘର ଲୋକେ। ଅନ୍ୟପଟେ ଗୁରୁବାର ଗାଁ କୋଠଘରେ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ମାଡ଼ ମାରୁଥିଲେ। ପୋଲିସ ମଧୁସ୍ମିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାଡ଼ ମାରୁଥିବା ମଧୁସ୍ମିତା ଅଭିଯୋଗ କରିଥିବା ବେଳେ ପୋଲିସ ଦେଡ଼ଶୁରଙ୍କୁ ଅଟକ ରଖିଛି। ସେପଟେ ତାଙ୍କ ଚରିତ୍ର ବିଷୟରେ ଶାଶୁଘର ଲୋକେ ମିଛ କହୁଥିବା କହିଛନ୍ତି ମଧୁସ୍ମିତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା