Masthead

କୁନି ବୈଜ୍ଞାନିକ, ଘରେ ରହି ନାସା ପାଇଁ କରୁଛନ୍ତି କାମ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଛୋଟ ଏକ ଗାଁରୁ ସୁଦୂର ଆମେରିକାର ନାସା। ଆମେରିକାର ନାସାରେ କାମ କରିବା ପାଇଁ ସୁଯୋଗ ପାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର ବିଶ୍ୱବନ୍ଧୁ ଓଝା । ୧୫ ବର୍ଷର ବିଶ୍ୱବନ୍ଧୁଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଗର୍ବିତ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର ବିଶ୍ୱବନ୍ଧୁ କିଛିଦିନ ପୂର୍ବରୁ ଏକ ସୌରଚାଳିତ ସାଇକେଲ ତିଆରି କରିଥିଲେ । ସ୍ଥାନୀୟ ତରିମୂଳ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ବିଶ୍ୱବନ୍ଧୁଙ୍କୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ତରଫରୁ ୩୦୦ରୁ ଉର୍ଦ୍ଧ୍ବ ସାର୍ଟିଫିକେଟ ମିଳିଛି ।

ତାଙ୍କୁ ଯୁବ ବୈଜ୍ଞାନିକ ଭାବେ ନିଯୁକ୍ତି ଦିଆଯାଇଛି । ମାତ୍ର ତାଙ୍କର ବୟସ ହୋଇନଥିବାରୁ ଏବେ ସେ ଘରେ ରହି ନାସା ପାଇଁ କାମ କରୁଛନ୍ତି । ନାସାରେ ନିଯୁକ୍ତି ପାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ୬ ମାସ ତଳେ ନିଜ ବାପାଙ୍କୁ ହରାଇଥିବା ବିଶ୍ୱବନ୍ଧୁଙ୍କ ମନରେ ଅସୁମାରୀ ସ୍ୱପ୍ନ ।

ନାସାରେ ସୃଷ୍ଟି ହେଉଥିବା ସୁଯୋଗ ସାଧାରଣ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚି ପାରୁନଥିବା ସେ କହିଛନ୍ତି । ପରିବାର ଓ ବିଦ୍ୟାଳୟର ଶିକ୍ଷକମାନେ ବିଶ୍ୱବନ୍ଧୁଙ୍କ ସଫଳତା ପାଇଁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱବନ୍ଧୁ ଏବେ ପ୍ରେରଣାର ଉତ୍ସ । ତାଙ୍କ ଭବିଷ୍ୟତ ଉଜ୍ଵଳ ହେଉ । ଦେଶର ନାଁ କୁ ଆଗକୁ ନିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ