Masthead

ଋଣ ପୈଠ କରିନପାରିବାରୁ ନର୍ସିଂହୋମରେ ତାଲା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିନାୟକ ନର୍ସିଂହୋମରେ ତାଲା ପକାଇଲା ଅର୍ଥ ଲଗାଣକାରୀ ସଂସ୍ଥା । ୩ କୋଟିରୁ ଅଧିକ ଟଙ୍କା ଋଣ ନେଇ ପୈଠ ନକରିଥିବାରୁ ନର୍ସିଂହୋମରେ ତାଲା ପଡିଛି । ବିନାୟକ ନର୍ସିଂହୋମ ଏକ ଘରୋଇ ବ୍ୟାଙ୍କରୁ ୩କୋଟିରୁ ଅଧିକ ଟଙ୍କା ନେଇ ନିଜର ନର୍ସିଂହୋମ କରିଥିଲେ । ବ୍ୟାଙ୍କ ସୁଚନା ମୁତାବକ ମାସକୁ ମାସ ଋଣର କିସ୍ତି ପୈଠ କରିବା କଥା ତାହା ନକରି ବ୍ୟାଙ୍କକୁ ଫାଙ୍କି ଚାଲିଥିଲେ ।

 

ଦୀର୍ଘ ମାସହେବ ବ୍ୟାଙ୍କ କିସ୍ତି ଖିଲାପ ହେବାରୁ ବାରମ୍ବାର ବ୍ୟାଙ୍କ ନୋଟିସ ପଠାଇବା ସତ୍ୱେ ଋଣ ପୈଠ ନକରି ଅର୍ଥ ଲଗାଣକାରି ସଂସ୍ଥାକୁ ନାଲି ଆଖି ଦେଖାଇ ଆସୁଥିଲେ ନର୍ସିଂହୋମର ମାଲିକ ମୁକ୍ତିକାନ୍ତ ସାହୁ । ସୁଚନା ଯୋଗ୍ୟ ମୁକ୍ତିକାନ୍ତ ସାହୁ ୟୂନିୟନ ବ୍ୟାଙ୍କରୁ ନିଜର ନର୍ସିଂହୋମ କରିବା ପାଇଁ ୩କୋଟିରୁ ଅଧିକ ଟଙ୍କା ରୁଣ ନେଇଥିଲେ । ଠିକ ସମୟରେ ଋଣ ପୈଠ କରିବା ବିଳମ୍ବ ହେବାରୁ ଉକ୍ତ ଅର୍ଥ ଲଗାଣକାରି ସଂସ୍ଥାର ମ୍ୟାନେଜର ଏବଂ ସ୍ଥାନୀୟ ପୋଲିସ, ମାଜିଷ୍ଟ୍ରେଟ ଉପସ୍ଥିତିରେ ଉକ୍ତ ନର୍ସିଂହୋମ ସିଲ କରିଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା