Masthead

ମୁମ୍ବାଇ ପୋଲିସଙ୍କୁ କେତନଙ୍କ ସହଯୋଗ

ମୁମ୍ବାଇ (ବଡ ଖବର ବ୍ୟୁରୋ): ବଢି ବଢି ଚାଲିଛି କରୋନା ସଂକ୍ରମଣ । କେନ୍ଦ୍ର ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟରେ କଡା କଡି ହେଉଛି କଟକଣା । କରୋନାର ଏହି ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ସରକାର ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି । ଏହି ଘଡିସନ୍ଧି ମୁହୁର୍ତ୍ତରେ ମହାରାଷ୍ଟ୍ର ପୋଲିସକୁ ସାହାଯ୍ୟର ହାତ ବଢାଇଛନ୍ତି କେତନ ରାୱଲ । କେତନ ହେଉଛନ୍ତି ଭ୍ୟାନିଟି ଭ୍ୟାନର ମାଲିକ । ତାଙ୍କ କହିବା ଅନୁଶାରେ ମହାମାରୀର ମୁକାବିଲା ପାଇଁ ଠାଣେ ପୋଲିସ କମିଶନର ସହାୟତା ଲୋଡିଛନ୍ତି ।ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ପୋଲିସ ସେବାକୁ ୧୦ ଭ୍ୟାନିଟି ଭ୍ୟାନ ଦେଇଛୁ ।

କୋଭିଡ ସମୟରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ତାଙ୍କ ଭ୍ୟାନ ବ୍ୟବହାର କରିବେ । ଏହି ଭ୍ୟାନ୍ ଗୁଡିକରେ ରଣବୀର ସିଂଙ୍କ ଫିଲ୍ମ ସର୍କସ୍, ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନର ଭ୍ୟାନ୍ ମଧ୍ୟ ରହିଛି । ଏହା ବ୍ୟତୀତ ମୁମ୍ବାଇ ପୋଲିସର ସେବାରେ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି ଏବଂ ଫିଲ୍ମ ରକ୍ଷାବନ୍ଧନର ସେଟ୍ ମଧ୍ୟ ଦିଆଯାଇଛି । ଗତ ବର୍ଷ ମଧ୍ୟ ମହିଳା ପୋଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା ,

ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ପୋଷାକ ବଦଳାଇବାରେ କରୁଥିଲେ । କେତନ୍ ଆହୁରି ମଧ୍ୟ କହିଛନ୍ତି, ‘ସମଗ୍ର ରାଜ୍ୟ ଅନଲକ୍ ହୋଇଗଲେ ଭ୍ୟାନିଟି ଭ୍ୟାନ୍ ସାନିଟାଇଜ୍ ହେବ ଏବଂ ବଲିଉଡ ସେଲିବ୍ରେଟମାନେ ଏହାକୁ ପୁଣି ଥରେ ବ୍ୟବହାର କରିପାରିବେ । ମୋର ଅନେକ ଭ୍ୟାନ୍ ଅଛି ଯାହା ମୁମ୍ବାଇ ପୋଲିସର ସେବାରେ ନିୟୋଜିତ ଅଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ଘଟୋ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଥିଲା । କିନ୍ତୁ ବର୍ତ୍ତମାନ ହସ୍ପିଟାଲରେ ଅକ୍ସିଜେନ ଆସି ପହଞ୍ଚି ଥିବାର ସୂଚନା ମିଳିଛି । ଯାହାକୁ ନେଇ ହସ୍ପିଟାଲ ପରିସରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ