ଶରଦ ପାୱରଙ୍କୁ ମିଳିଲା ତୂରୀ ଚିହ୍ନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ । ପାର୍ଟି ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଶରଦ ପାୱାରଙ୍କ ଦଳ ପାଇଁ ନୂଆ ନାଁ ମଧ୍ୟ ଧାର୍ୟ୍ୟ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଗୁରୁବାର ତାଙ୍କୁ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ଶରଦ ପାୱାରଙ୍କ ଦଳୀୟ ଚିହ୍ନ ଭାବେ ତୂରୀ ଦିଆଯାଇଛି। ଶରଦ ପାୱାରଙ୍କ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୩ ଟି ବିକଳ୍ପ ଦିଅଯାଇଥିବା ବେଳେ ସେଥିମଧ୍ୟରୁ ନିର୍ବାଚନ କମିଶନ ତୂରୀ ଚିହ୍ନରେ ମୋହର ମାରିଛନ୍ତି।

ପାର୍ଟି ମୁଖପାତ୍ର କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ଆମର ପ୍ରାର୍ଥୀମାନେ ଏହି ପ୍ରତୀକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଜିତ ପାୱାରଙ୍କ ଦଳକୁ ଏନସିପିର ଦଳୀୟ ଚିହ୍ନ ମିଳିଥିବା ବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ତୁରନ୍ତ ନୂଆ ଚିହ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’