ମନ୍ତ୍ରୀପଦ ନୁହେଁ, ସଙ୍ଗଠନରେ ସନ୍ତୁଷ୍ଟ ହୁଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଛିଡୁଛି ନିୟନ୍ତ୍ରଣର ଶୃଙ୍ଖଳ । କେଉଁଠି ସାଂସଦ, ବିଧାୟକ ଅପଡ ତ କେଉଁଠି ଜିଲ୍ଲା ସଭାପତିଙ୍କୁ ମାନୁନାହାନ୍ତି ବଡ ନେତା । ତୃଣମୂଳରୁ ଭୁବନେଶ୍ୱର ଯାଏଁ ଭିତରେ ଭିତରେ ଚାଲିଛି ଗ୍ରୁପିଜିମ୍ । ମଉକା ଖୋଜୁଛନ୍ତି ସିନିୟର ନେତା । ଜିଲ୍ଲାସ୍ତରୀୟ ନେତାଙ୍କୁ କରାଯାଉଛି ମୋହରା । ସେପଟେ ମନ୍ତ୍ରୀପଦ ପାଇଁ ବି ଅନେକ ନେତା ଚଳାଇଛନ୍ତି ଲବି । ସମସ୍ତେ ଖୋଜୁଛନ୍ତି ପଦପଦବୀ । ଯ୍ଖଶ ପାଇନି, ସିଏ ଭିତରେ ଭିତରେ କାଟୁଛି ଚେର । ୨୦୧୯ ନିର୍ବାଚନ ପରେ ବିଜେଡିରେ ଏଭଳି ଚିତ୍ର ଅନେକ ଜାଗାରୁ ଆସିଛି । କିନ୍ତୁୁ ପାର୍ଟି ପାୱାରରେ ଥିବାରୁା କଥା ବାହାରକୁ ବେଶୀ ଦିଶୁନି । କେହି ଖୋଲାଖୋଲୁ କହୁନାହାନ୍ତି । କିନ୍ତୁ ଏ ସବୁର ଖବର ମୁଖିଆଙ୍କୁ ବିବ୍ରତ କରୁଛି । ପକଡ୍ ମଜଭୁତ କରିବାକୁ ପର୍ଯ୍ୟବେକ୍ଷକ ମାନଙ୍କୁ ବଦଳାଇ ଦେଇଛି ବିଜୁ ଜନତା ଦଳ । ନବୀନ ବାଣ୍ଟିଛନ୍ତି ଜିଲ୍ଲା ଦାୟିତ୍ୱ । ଅଧିକାଂଶ ସ୍ଥାନରେ ବିଧାୟକ, ସାଂସଦ, ମନ୍ତ୍ରୀ ସ୍ଥାନ ପାଇଛନ୍ତି ।

ଖାଲି ସେତିକି ନୁହେଁ, ଏହି ଜିଲ୍ଲାଗୁଡିକୁ ଏକାଠି କରି ୬ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ, ସୌମ୍ୟରଂଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ୱର ମହାନ୍ତିଙ୍କ ହାତରେ ସଂଗଠନ ଭାର ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ ।

ଦଳ ସାଂଗଠନିକ ଦାୟିତ୍ୱ ନବୀନ ବାଣ୍ଟିବା ପଛରେ ଆଉ ଗୋଟିଏ ହହିସାବ ଥିବା ବି କୁହାଯାଉଛି । ଖୁବଶୀଘ୍ର ନବୀନ ମନ୍ତ୍ରିମଣ୍ଡିଳର ସଂପ୍ରସାରଣ କରିପାରନ୍ତି । ସେଥିପାଇଁ ଆଶା ବାନ୍ଧି ବସିଛନ୍ତି କିଛି ନେତା । ଗତଥର ବି ସେମାନେ ଆଶାରେ ଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ମିନିଷ୍ଟର ବର୍ଥ ଦେବା ସମ୍ଭବ ହେଉନିି, ଆଉ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଦଳ ଚାହୁଁନି । ସେଥିପାଇଁ ଏହି ତାଲିକାରେ ଥିବା କିଛି ନେତାଙ୍କୁ ମନ୍ତ୍ରୀ ପଦ ନୁହେଁ, ବରଂ ଦଳୀୟ ପଦରେ ଖୁସି କରିବାକୁ ଚେଷ୍ଟା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ