https://youtu.be/segiJvlz5Bg
ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବନ୍ଧୁକ ଲାଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ସଲଟରୋଡ କଣ୍ଟିଆଚିରା ପୋଲ ନିକଟରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ନିକଟରୁ ଲୁଟ ହୋଇଥିବା ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି । ସୋରରୁ ଓଁ ନମଃ ଶିବାୟ ଏଣ୍ଟରପ୍ରାଇଜେସ ସିମେଣ୍ଟ ଦୋକାନର ଜଣେ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି ।
ସୋର ଅଞ୍ଚଳର ଦିଲ୍ଲୀପ କୁମାର ଦାସ ବାକି ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତିରେ ବାଇକଯୋଗେ କର୍ମଚାରୀ ଜଣକ ସୋର ଅଭିମୁଖେ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଅଟକାଇଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଲଗାଇ ଦୁଇଟି ସୁନା ମୁଦି, ଦୁଇଟି ମୋବାଇଲ, ମଟର ସାଇକେଲ ସହିତ ପାଖରେ ଥିବା ୪ଲକ୍ଷ୮୦ହଜାର ନେଇଯାଇଥିବାର ଜଣା ପଡ଼ିଛି।