Masthead

ବାଲିଆପାଳରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): କୃଷି,ଶ୍ରମିକ,ଦଳିତ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ବାଲିଆପାଳ ନୂଆ ବସ ଷ୍ଟାଣ୍ଡ ପଡ଼ିଆରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ରାଜ୍ୟ ସଂସ୍କୃତି,ପର୍ୟ୍ୟଟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ବାଲେଶ୍ଵର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ୟ୍ୟକାରୀ ସଭାପତି ସୁବାସିନୀ ଜେନା, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ଵର ପୌରପାଳ ସବିତା ସାହୁ, ବାଲେଶ୍ଵର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଶ ମହାପାତ୍ର, ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ , ଜିଲ୍ଲା ପରିଷଦ ସଭ୍ୟ ନିଶା କର ସେଠୀ ,ବେଣୁଧର ଜେନା ,ବସ୍ତାରୁ ବିଜେଡି ନେତା ଅନୀଲ କୁମାର ମହାନ୍ତି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଧର ଦାସ , ପ୍ରମୁଖ ବହୁ ନେତୃବର୍ଗ ଯୋଗଦେଇ କୃଷି ଓ କୃଷକର ବିକାଶ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଜେଡି ନେତା ପୂର୍ବତନ ସରପଞ୍ଚ ଶରତ ପ୍ରଧାନ,ବାଲିଆପାଳ ଦଳିତ,ହରିଜନ,ଆଦିବାସୀ କୃଷି ବିକାଶ ମଞ୍ଚ ନେତା ବଂଶୀଧର ଜେନା ପ୍ରମୁଖ ବାଲିଆପାଳ କୃଷି ବିକାଶ ପାଇଁ ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ। ଏହି ସମାବେଶରେ ସମାଜସେବୀ ତଥା ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ପ୍ରସାଦ ଦାସ ସଭାପତିତ୍ୱ କରିଥିଲେ।ଏହି ସମାବେଶରେ ବସ୍ତା ବାଲିଆପାଳରୁ ହଜାର ହଜାର କୃଷକ ଓ ଜନ ସାଧାରଣ ଯୋଗଦେଇଥିଲେ। ସେଠାରେ କୃଷି ସମ୍ପର୍କିତ ବିଭିନ୍ନ ଯନ୍ତ୍ରାଂଶ, କୃଷି ଉପକରଣ ଆଦି ପ୍ରଦର୍ଶିତ କରାଯାଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା