Masthead

ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଘୁଚାପ ଆସୁଛି । ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପରେ ୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ । ମାତ୍ର ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି, ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ହେଲେ ବି ରାଜ୍ୟରେ ଆଶାନୁଯାୟୀ ବର୍ଷା ହୋଇନପାରେ ।

ବିସ୍ତୃତ ଅଞ୍ଚଳରେ କିମ୍ବା ବଡ଼ ବର୍ଷା ସମ୍ଭାବନା କମ୍‌ । ଯଦି ଏମିତି ହୁଏ, ରାଜ୍ୟରେ ଏଯାବତ୍‌ ଲାଗି ରହିଥିବା ବର୍ଷା ଅଭାବ ସ୍ଥିତି ଆହୁରି ଉତ୍କଟ ହେବ । ଏହା ଧାନ ଫସଲ ପାଇଁ ସମସ୍ୟା ବଢ଼ାଇବ । ଆକଳନ କରାଯାଉଛି, ଆସନ୍ତା ୨୦ ତାରିଖ ସୁଦ୍ଧା ଗଜପତି, ଗଞ୍ଜାମ, କୋରାପୁଟରେ ସମୁଦାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାମାନଙ୍କର ଦକ୍ଷିଣାଞ୍ଚଳ ସହିତ ବାଲେଶ୍ୱର, ମୟୂରଭଞ୍ଜରେ ୫୦ ମିମି ଓ ବାକି ଅଞ୍ଚଳରେ ହାରାହାରି ୪୦ ମିମି ବର୍ଷା ସମ୍ଭାବନା ଅଛି । ଜୁଲାଇ ୯ରୁ ୨୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୭୦ ମିମି ବର୍ଷା ହେବା କଥା । ହେଲେ ଏହି ସମୟ ଭିତରେ ହାରାହାରି ୮୫ ମିମି ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଇପାରେ ରାଜ୍ୟରେ ବର୍ଷା ଅଭାବ ସ୍ଥିତି କିଭଳି ବିଗିଡ଼ିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ