Masthead

୧୦୦ ଦେଲେ ଦୋକାନ ଖୋଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଧାରଣ ଲୋକଙ୍କ କରୋନା ଚିନ୍ତା। ସରକାରଙ୍କୁ କୋଭିଡ କଟକଣା ଓ ନିୟନ୍ତ୍ରଣ ଚିନ୍ତା। କିନ୍ତୁ ପୁଲିସ କର୍ମଚାରୀଙ୍କ ଉପୁରି ଖାଇବା ଚିନ୍ତା। ଏହିପରି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ବଡଗଡ଼ ଥାନରୁ ମାତ୍ର ୨୦୦ମିଟର ବ୍ୟବଧାନରେ ଥିବା ତିନୋଟି ମାଂସ ଦୋକାନ ସକାଳୁ ଖୋଲା ହୋଇଥିଲା। ମାଂସ କିଣିବାକୁ ଜମିଥିଲା ପ୍ରବଳ ଭିଡ଼। ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ଏବେ ବୃଦ୍ଧି ପାଉଛି।

ଦୈନିକ ହାରାହାରି ୫୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ଶନିବାର ଏବଂ ରବିବାର ସପ୍ତାହନ୍ତ ସଟଡାଉନ ଲକଡାଉନ ଘୋଷଣା କରାଯାଇଛି। ସଟଡାଉନ ଲକଡାଉନକୁ କଡାକଡି କରିବାକୁ ରାଜ୍ୟ ସରକାର ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବଡଗଡ଼ ଥାନା ସଂଲଗ୍ନ ଏହି ତିନୋଟି ମାଂସ ଦୋକାନ ପାଇଁ ଆଇନ ସମ୍ପୂର୍ଣ୍ଣ ଅଲଗା। ଏହି ବଜାରରେ ଥିବା ୟୁ ଲାଇକ ଚିକେନ୍ କାଉଣ୍ଟର, ନସିବ ମଟନ କାଉଣ୍ଟର ସମେତ ୩ଟି ଆମିଷ ଦୋକାନ ଖୋଲା ଥିବା ବେଳେ ସର୍ବସମ୍ମୁଖରେ କଟା ଯାଉଥିଲା ଛେଳି ଓ କୁକୁଡ଼ା ହଠାତ ବଡଗଡ଼ ଥାନରୁ ୨୯ନମ୍ବର ପିସିଆର ଆସି ଦୋକାନ ସମ୍ମୁଖରେ ରହିଲା। ଉପସ୍ଥିତ ଲୋକେ ଭାବିଲେ ଯେ ଏଥର ଦୋକାନ ନିଶ୍ଚିତ ବନ୍ଦ ହେବ।

କିଛି କହିବା ପୂର୍ବରୁ ୩ ଜଣ ଦୋକାନୀ ଆସି ପିସିଆର କର୍ମଚାରୀଙ୍କ ହାତରେ ୧୦୦ଟଙ୍କା ଲେଖାଏଁ ଲାଞ୍ଚ ଦେଇଥିଲେ। ଲାଞ୍ଚ ନେଇ ପିସିଆର ଚାଲିଯିବା ପରେ ପୁଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଦୋକାନରେ ବେପାର ଚାଲିଥିଲା। ସେହି ଦୋକାନୀଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ କିଛି ବି ହେବନି ଆମର ଚିହ୍ନା ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ