Masthead

ଆଜି ଆଇପିଏଲ ନିଲାମ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍‌ର ମେଗା ଖେଳାଳି ନିଲାମ ରବିବାରଠାରୁ ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପାଇଁ ଆସିଥିବା ଆବେଦନଗୁଡ଼ିକରୁ ୫୭୭ ଜଣ ଖେଳାଳିଙ୍କୁ ବଛାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ଥ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ମୁଖ୍ୟ ଆକର୍ଷଣ ସାଜିବେ ୪୩ ବର୍ଷୀୟ ଆଣ୍ଡରସନ୍ ଓ ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ । ଭାରତୀୟ ସମୟ ଅନୁଯାୟୀ, ମେଗା ନିଲାମ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ । ୧୦ଟି ଟିମରେ ୨୦୪ଟି ସ୍ଥାନ ଖାଲି ରହିଛି । ଏଥିମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଦାରଣ କରାଯାଇଛି । ଏହି ମେଗା ନିଲାମରେ ୮୨ ଖେଳାଳିଙ୍କ ମୂଳ ମୂଲ୍ୟ ୨ କୋଟି ହୋଇଥିବାବେଳେ ୨୭ ଖେଳାଳିଙ୍କ ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା । ଏଥି ସହିତ ଏହି ତାଲିକାରେ ୨୩ ଜଣ ଖେଳାଳି ଅଛନ୍ତି, ଯାହାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ