Masthead

ପତ୍ନୀ ଡାକିଦେଲେଣି, ଏଣେ ମାଆଙ୍କୁ ଛାଡ଼ି ଯିବାକୁ ମନ ହେଉନି

ଆଗ ପଛ ହେଉ ହେଉ ପୁଣି ଝୁଙ୍କି ପଡ଼ିଲେ ନଟବର

ପୁରୀ (ବଡ଼ ଖବର ବ୍ୟୁରୋ): ଜନ୍ମବେଦୀ ଛାଡ଼ିବାକୁ ଇଚ୍ଛା ହେଉନି । ଭକ୍ତଙ୍କ ଭାବାବେଗକୁ ଭୁଲି ହେଉନି । ସେବକମାନେ ଯେତେ ବାଧ୍ୟ କଲେ ମଧ୍ୟ ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯିବାକୁ ଠାକୁର ଅମଙ୍ଗ । କାହିଁକି ବା ନହେବେ । ରୁଙ୍କୁଣୀ ହରଣ ଏକାଦଶୀରେ ବିବାହ କରିଥିଲେ ମହାବାହୁ । ଚାରିଦିନ ଯାଇନି ଏତେ ଗାଧୋଇଲେ ଯେ ଜ୍ୱରରେ ପୀଡ଼ିତ ହେଲେ । ଚାଲିଲା ଗୁପ୍ତ ନୀତି । ଅଣସର ଘରେ ସୁସ୍ଥ ହେବା ପରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଲେ ମହାବାହୁ । ନବ ବିବାହିତା ପତ୍ନୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ରତ୍ନବେଦୀ ଛାଡ଼ିଲେ ପରମବ୍ରହ୍ମ ।

ସୁସଜ୍ଜିତ ରଥରେ ପହଂଚିଲେ ମାଉସୀ ଘରକୁ । ସେଠାରେ କିଛି ସମୟ ପାଇଁ ବିଶ୍ରାମ ଜନ୍ମବେଦୀରେ ଭାଇଭଉଣୀଙ୍କ ସହ ନଅ ଦିନ ରହିଲେଣି ମହାପ୍ରଭୁ । ଖବର ପାଇଥିଲେ ମାଆ ସାଆନ୍ତାଣି । ରାଗ ତମତମ ହୋଇ ଗୁଣ୍ଡିଚା ମନ୍ଦିରରେ ପହଂଚିଥିଲେ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା । ପ୍ରଭୁ ଜାଣିଲେ, ମାଆ ଆସିଛନ୍ତି । ସିଧା ନ ଚାହିଁ ବାଙ୍କ ଚାହାଣିରେ ମାଆଙ୍କୁ ଦେଖିଲେ । ଜଗଦଜନନୀ ମାଆ ରାଗରେ ରଥ ଭାଙ୍ଗି ହେରାପଂଚମୀ ତିଥିରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାଆ ଲକ୍ଷ୍ମୀଙ୍କ ରାଗ କଥା ଠାକୁରଙ୍କ ମନେ ପଡ଼ିଯାଉଛି । ପତ୍ନୀ ଡାକିଦେଇ ଗଲେଣି । ଆଉ ବେଶୀ ଡେରି କଲେ ମାଆ ବହୁତ ରାଗି ଯିବେ । ତେଣୁ ମାଆ ଘର ମୋହ ଛାଡ଼ି ବାହାରିଲେ ସେ । ହେଲେ ମାଆର ମୋହ କିଏ ବା ଏତେ ସହଜରେ ଛାଡ଼ି ପାରିବ ।

କିଏ ବା ଜନ୍ମ ଘର ଛାଡ଼ି କର୍ମ ଘରକୁ ଏତେ ସହଜରେ ଯିବାକୁ ଚାହେଁ । ସେ ଦେବତା ହେଲେ ବି ସବୁ ଲୀଳା ମଣିଷ ଭଳି । ସେ ଲକ୍ଷ୍ମୀଙ୍କ କଥା ଭାବି ଆସୁଛନ୍ତି । ପୁଣି ଜନ୍ମବେଦୀର ମୋହରେ ପଛକୁ ଫେରି ଯାଉଛନ୍ତି । ଆଗ ପଛ ହେଉଛନ୍ତି । ଠିକ୍ ଯେମିତି ଗୋଟେ ପୁରୁଷ ହୁଏ । ପତ୍ନୀ ଆଉ ମାଆ ଉଭୟଙ୍କ କଥା ଭାବି । କାଳେ ଶ୍ରୀମନ୍ଦିର ଗଲେ ଲକ୍ଷ୍ମୀ ବାର କଥା କହି ପାରନ୍ତି । ଏହି ଭୟରେ ବୋଧେ ଠାକୁର ରଥରୁଢ଼ ହେବାକୁ ଚାହୁଁନାହାନ୍ତି । ଚାରମାଳ ଉପରକୁ ନେବାପାଇଁ ସେବାୟତମାନେ ଯେତେ ଚେଷ୍ଟା କଲେ ମଧ୍ୟ ମହାବାହୁ ଯିବାକୁ ବୋଧେ ରାଜି ହେଉନଥିଲେ । ସେଇଥିପାଇଁ ବାରମ୍ବାର ଝୁଣ୍ଟି ପଡ଼ୁଥିଲେ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା