Masthead

ଟଙ୍କା ପାଇଲେନି, ତାଲା ଝୁଲାଇଦେଲେ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଶ୍ରୀରାମପୁର ସ୍ଥିତ ଫରେଷ୍ଟ କର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଲୋକେମାନେ । ଗତ କୋରୋନା ସମୟରେ କାମ୍ପାଫଣ୍ଡରୁ ଶ୍ରୀରାମପୁର ଜଙ୍ଗଲ ବିଭାଗରୁ ରାମିଙ୍ଗବନ୍ଧା ଠାରେ ଚାରା ରୋପଣ କାର୍ଯ୍ୟ କରାଯାଇଥିଲା ।  ଏଥିର ପ୍ରାୟ ଶହେରୁ ଅଧିକ ଲୋକ କାମ କରିଥିଲେ । ହେଲେ କାମ କରି ଆଜକୁ ୯/୧୦ ମାସ ବିତି ଯାଇଥିଲେ ସୁଦ୍ଧା ପରିଶ୍ରମିକ ପାଇ ପାରି ନାହାନ୍ତି ଲୋକେମାନେ। ବାରମ୍ବାର କୋଟଗଡ଼ ରେଞ୍ଜ ଅଫିସକୁ ଆସି କେବଳ ବାଇଦା ଛାଡ଼ ଆଉ କିଛି ପାଇଲେନି । ଆଜି ଦେବୁ କହି କହି କେବଳ ସମୟ ଦେଲେ ହେଲେ ପଇସା ଦେବା ନା ନେଲେନାହିଁ ।

ଉତ୍ତ୍ୟକ୍ତ ଲୋକଙ୍କ କହିବାକଥା ଆମେ ବାରମ୍ବାର ରେଞ୍ଜ ଅଫିସକୁ ଯିବା ପରେ ମାର୍ଚ୍ଚ ମାସ ୨୫ ତାରିଖରେ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଉକ୍ତ ଦିନ ପଇସା ନ ପାଇବାରୁ ଆଜି ଆମେ ଏହି କାର୍ଯ୍ୟାଳୟକୁ ତାଲା ପକେଇଛୁ । ସେମାନଙ୍କ କହିବା ଅନୁସାରେ ଆମେ ଶହେରୁ ଅଧିକ ଲୋକ କାମ କରିଛୁ ଓ ପ୍ରାୟ ତିନି ଲକ୍ଷ୍ୟ ପଚାଶ ହଜାର ରୁ ଅଧିକ ଟଙ୍କା ପାଇବାର ଅଛି ।

ସେ ତାଙ୍କର ପ୍ରାପ୍ୟ ନ ପାଇବା ଯାଏ ଏମିତି କାର୍ଯ୍ୟାଳୟ ବନ୍ଦ ରହିବା ସହ ଯଦି ଏହାର ବିଚାର ନ ହୁଏ ତେବେ ଆଗାମୀ ଗୋଟେ ଦୁଇ ଦିନ ମଧ୍ୟରେ କୋଟଗଡ଼ ରେଞ୍ଜ ଅଫିସ ଆଗରେ ଧାରଣାରେ ବସିବୁ ବୋଲି କହିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏନେଇ କୋଟଗଡ଼ ବନ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି କି ଏହା ମୋ ସମୟର ନୁହଁ । ମୁ ତଦନ୍ତ କରୁଛି , ମୋର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଲୋକଙ୍କ ପ୍ରାପ୍ୟ ଟଙ୍କା ଦେବାକୁ ଚେଷ୍ଟା କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ