Masthead

ଆଜି ପବିତ୍ର ମହାବାରୁଣୀ ସ୍ନାନ

ଯାଜପୁର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମହା ବାରୁଣୀ ସ୍ନାନ । ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟ ଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଶତଭିଷା ନକ୍ଷତ୍ର ଦ୍ୱାଦଶୀ ତିଥି ଶନିବାର ଦିନ ପଡିଥିବାରୁ ମହା ବାରୁଣୀ ସ୍ନାନ ଯୋଗ ଥିବାରୁ ଯାଜପୁରର ଦଶାଶ୍ଵମେଧ ଘାଟରେ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ଯାଜପୁର ଜିଲ୍ଲା ସମେତ ଓଡ଼ିଶା ଓ ଭାରତର ବିଭିନ୍ନରୁ ଶ୍ରଦ୍ଧାଳୁମାନେ ଆସି ସ୍ନାନ କରିବା ସହ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦାନ କରିଥିଲେ ।

ଏହି ସ୍ନାନ ଯୋଗ ସକାଳ ୭ଟା ୯ମିନିଟିରୁ ୧୨ଟା ୫୭ମିନିଟ ପର୍ଯ୍ୟନ୍ତ ରହିଥିଲା । ଯାଜପୁର ଜିଲ୍ଲା ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦବୋସ୍ତ କରାଯାଇଥିଲା । ଅଗ୍ନିଶମ ବିଭାଗ ଓ ଯାଜପୁର ପୋଲିସ ପ୍ରଶାସନ ନିଜ ନିଜର କର୍ତ୍ତବ୍ୟକୁ ସୂଚାରୁରୂପେ ସମ୍ପାଦନା କରିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଭକ୍ତଙ୍କ ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା । ପ୍ରାୟ ୫୦,୦୦୦ହଜାରରୁ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ବାରୁଣୀ ସ୍ନାନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ