ଉଚ୍ଚ ଶିକ୍ଷା ବିଭାଗ ବନ୍ଦ କରିଛି ୨୦ ପାଠ୍ୟକ୍ରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଜେଟ ସେସନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଆଉ ମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ୨୦୦୯-୧୦ରୁ ଅଦ୍ୟାବଧି ରାଜ୍ୟରେ କେତେ ସରକାରୀ, ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟରେ କେଉଁ କେଉଁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ମନ୍ତ୍ରୀ ଉତ୍ତରରେ କହିଥିଲେ୨୦ ।

ବନ୍ଦ ରହିବାର କାରଣ ସମ୍ପର୍କରେ ମନ୍ତ୍ରୀ କହିଥିଲେ କିଛି ବିଭାଗରେ ବର୍ଷ ବର୍ଷ ଧରି କୌଣସି ଛାତ୍ରଛାତ୍ରୀ ନାମ ନଲୋଖାଇବାରୁ କିମ୍ବା କମ୍ ପିଲା ନାମ ଲେଖାଇଥିବାରୁ ସରକାର ୨୦ ବିଭାଗ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ବନ୍ଦ ରହିଥିବା ବିଭାଗର କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ନା ସେମାନେ ବସି ରହିଛନ୍ତି ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ଜାଣିବାକୁ ଚାହିଁଥିଲେ । ମନ୍ତ୍ରୀ କହିଥିଲେ ।

କୌଣସି ବିଭାଗ ବନ୍ଦ ହେଲେ ସେହି ବିଭାଗର ଶିକ୍ଷକ ଓ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଏ ନାହିଁ । ସେମାନଙ୍କୁ ଆବଶ୍ୟକ ଥିବା କଲେଜକୁ ସ୍ଥାନାନ୍ତର କରାଯାଇଥାଏ । ରାଜ୍ୟରେ କେଉଁ ବିଭାଗ ନୂଆ ଖୋଲିଛି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଲେ ୨୦୦୯-୧୦ରୁ ଅଦ୍ୟାବଧି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ୧୦୨୮ଟି ବିଭାଗ ନୂଆ ଖୋଲାଯାଇଛି । ନୂତନ ବିଭାଗରେ କେତେ ନୂଆ ଶିକ୍ଷକ, କର୍ମଚାରୀ ନିଯୁକ୍ତି ପାଇଛନ୍ତି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ୧୯୫୦ ନୂତନ ଶିକ୍ଷକ ଓ କର୍ମଚାରୀ ପଦବୀ ସୃଷ୍ଟି ହୋଇଥିବା ବେଳେ ୧୪୮୪ଜଣ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’