ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଞ୍ଚ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ। ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଆଜି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଆଜିଠୁ ଆସନ୍ତା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ମହାନଦୀ ଅବବାହିକା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।
ଏହି ପରିଦର୍ଶନ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ପ୍ରୟାସ ବୋଲି କୁହାଯାଉଛି । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ତାଙ୍କ ଟିମ୍ ଏହି ୫ ଦିନିଆ ଗସ୍ତ ଅବସରରେ ମହାନଦୀର ଝାରସୁଗୁଡ଼ା, ସମ୍ୱଲପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବୈଷୟିକ ଟିମ୍ ମହାନଦୀର ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ୟ୍ୟ ବୁଲି ସମୀକ୍ଷା କରିଥିଲେ । ଏବେ ଖୋଦ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆସୁଥିବାରୁ ଏହି ଜଳ ବିବାଦର ସମାଧାନ ହେବା ଆଶା ସଞ୍ଚାର ହୋଇଛି ।
