ପାର୍କ ନାଁରେ ହରିଲୁଟ

ପାର୍କ ନାଁରେ ହରିଲୁଟ

କଟକ(ବଡ଼ ଖବର ବ୍ୟୁରୋ): ପାର୍କ ନାମରେ ବ୍ୟାପକ ହରିଲୁଟ । କଟକ ମହାନଗର ନିଗମ ଅନ୍ତର୍ଗତ ୪ ନମ୍ବର ୱାର୍ଡ ସିଡିଏ ସେକ୍ଟର-୮ ଅଞ୍ଚଳରେ ଥିବା ଏକ ପାର୍କଟି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ପାର୍କ ନିର୍ମାଣ କରିବା ପରେ ଭୁଲିଗଲେ ରକ୍ଷଣାବେକ୍ଷଣା କଥା । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରାଯାଉ ଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସି ପାରୁନାହିଁ ।

ଏଠି କେବଳ ପାର୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପାର୍କ ନାଁ କିମ୍ବା ଏହି ପ୍ରକଳ୍ପରେ ବ୍ୟୟ ବରାଦ ହୋଇଥିବା ଅର୍ଥ ସମ୍ବଦ୍ଧରେ କିଛି ସୂଚନା ଫଳକ ଲଗାଯାଇ ନ ଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଛି । ସିଡିଏ ସେକ୍ଟର-୮ ନମ୍ବର ଅଞ୍ଚଳରେ ଥିବା ଏହି ପାର୍କଟିର କୌଣସି ନାମଫଳକ ଲଗାଯାଇ ନାହିଁ ।

ଦୁଇବର୍ଷ ତଳେ ନିର୍ମାଣ ହୋଇଥିବା ପାର୍କଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଥି ମଧ୍ୟରୁ କିଛି ସିମେଣ୍ଟର ବେଞ୍ଚ୍ ଭାଙ୍ଗିଯିବା ସହିତ ଦବି ଗଲାଣି । ରାତି ହେଲେ ସେହି ପାର୍କ ଭିତରେ ନିଶାଡ଼ିଙ୍କ ଆଡ୍ଡା ଜମୁଛି । ପାର୍କର ମରାମତି ପାଇଁ ସ୍ଥାନୀୟ ଲୋକମାନଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ କର୍ପୋରେଟର ଓ ମହାନଗରନିଗମର ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ