Masthead

କଟକ ଭୁବନେଶ୍ୱର ପରେ ନକଲିର ନୂଆ ଠିକଣା ସମ୍ବଲପୁର

ସମ୍ବଲପୁରରୁ ୨୩୯ ବସ୍ତା ନକଲି ଡିଟର୍ଜେଣ୍ଟ ପାଉଡର ଜବତ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କଟକ,ଭୁବନେଶ୍ୱର ପରେ ପରେ ସମ୍ବଲପୁରରେ ମଧ୍ୟ ଧରାପଡିଛି ନକଲି ସାମଗ୍ରୀ ଗୋଦାମ । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡା ଠାରେ ଥିବା ଏକ ଗୋଦାମରୁ ଅଇଁଠାପାଲି ପୋଲିସ ଚଡଉକରି ଜବତ କରିଛି ନକଲି ଡିଟର୍ଜେଣ୍ଟ ପାଉଡର। ବହୁଦିନ ହେବ ସମ୍ବଲପୁର ସହରରେ ହିନୁସ୍ଥାନ ଲିବରର କଂପାନିରେ ନକଲି ଡିଟର୍ଜେଣ୍ଟ ପାଉଡର ‘ସର୍ଫ ଏକ୍ସେଲ’କୁ ବ୍ରାଣ୍ଡିଂ ପ୍ୟାକେଜିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏନେଇ କଂପାନୀ ପକ୍ଷରୁ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଇଛି । ପୋଲିସ ବରେଇପାଲି ମୁଙ୍ଗାପଡାର ଏହି ନକଲି ଡିଟର୍ଜେଣ୍ଟ ପାଉଡର ଗୋଦାମ ଉପରେ ଚଢାଉ କରି ପାଖାପାଖି ୨୩୯ ବସ୍ତା ରେ ଥିବା ୨୫,୦୦୦ ପ୍ୟାକେଟ ନକଲି ସର୍ଫ ଜବତ କରିଛି । ଏହି ଘଟଣାରେ ପୋଲିସ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରିବା ସହ ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ