Masthead

ଲଳିତଗିରିରେ ବିଜେଡିର ଦୁର୍ଗ ପତ୍ତନ, ଦଳ ଛାଡି ସାରଦାଙ୍କୁ ଦେଲେ ସମର୍ଥନ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗାରେ ଭୋଟ ପ୍ରଚାର କରି ଫେରିବାର ୬ ଘଣ୍ଟା ବିତିଛି କି ନାହିଁ ବିଜେଡିରୁ ଇସ୍ତଫାର ସୁଅ ଛୁଟିବା ଦେଖିବାକୁ ମିଳିଛି । ଲଳିତଗିରି ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ସାମଲ ଏବଂ ଯୁବ ନେତା ସନ୍ଦୀପ ସିଂଙ୍କ ନେତୃତ୍ୱରେ ୨୫ରୁ ବିଜେଡିର ଛାମୁଆଁ ସଂଗଠକ ଏବଂ ସେମାନଙ୍କ ସହିତ ଶହଶହ ଅନୁଗତ ଦଳ ତ୍ୟାଗକରି ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ସହିତ ସାମିଲ ହେବା ଦେଖିବାକୁ ମିଳିଛି ।

ବିଧାୟକ ପ୍ରତାପ ଜେନାଙ୍କୁ ତୀବ୍ର ବିରୋଧ କରିବା ସହିତ ତାଙ୍କ ପୁଅ ବିଜେଡିର ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଉଚିତ ଜବାବ ଦେବାକୁ ସନ୍ଦୀପ ଆହ୍ୱାନ ଦେଇଛନ୍ତି । ଲଳିତଗିରିର ସମିତି ସଭ୍ୟ ଓ ତାଙ୍କ ଅନୁଗତମାନେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ଦେଖିବାକୁ ମିଳିଥିଲା । ଲୋକେ ଶାସକ ଦଳ ଉପରେ ଭରସା ନକରିବାରୁ ବିଜେଡି ବହୁ ଭୋଟ ହରାଇବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ