ପୋଲିସ ପ୍ରଶାସନ ଉପରେ ବର୍ଷିଲେ ସୌମ୍ୟ

ଘଷିପୁରା (ବଡ଼ ଖବର ବ୍ୟୁରୋ): ରାମଚନ୍ଦ୍ରପୁର ଏବଂ ଘସିପୁରା ପୋଲିସର ଗିରଫଦାରୀକୁ ନେଇ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ଘସିପୁରା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବହୁ ଚର୍ଚ୍ଚିତ ଖଲଣା ସୁନନ୍ଦ ସେଠୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏବେ ସୁନନ୍ଦଙ୍କ ୨ ଭାଇ ଏବଂ କିଛି ସମର୍ଥକଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ପୋଲିସର ଗିରଫଦାରୀକୁ ନେଇ ବର୍ଷିଛନ୍ତି ସୌମ୍ୟ । କହିଛନ୍ତି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହୁଥିବାବେଳେ ସେହି ପୋଲିସ ଖଲଣାର ଜଣେ ମହିଳାଙ୍କୁ ରାତି ୧୨ ପରେ ଗିରଫ କରିଛି ।

ବୁଥ ଜବରଦଖଲ, ଆକ୍ରମଣ, ହତ୍ୟାକାଣ୍ଡ ନିତିଦିନିଆ ଘଟଣା ହୋଇଗଲାଣି । ଗତକାଲି ଘସିପୁରା ଥାନା କଣ୍ଟାରୋହୀ ଛକରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମ୍ମୁଖରେ ବିଜେଡି ସମର୍ଥକମାନେ ହୋହାଲ୍ଲା କରିବା ସହ ଗାଡ଼ିକୁ ଅଟକାଇବା ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ସୋମ୍ୟ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ବଦ୍ରି ବାବୁଙ୍କୁ ମୁଁ ଆହ୍ୱାନ କରୁଛି ସେ ଶାନ୍ତି ଶୃଙ୍ଖଳା ସହ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢନ୍ତୁ । ୨୫ ବର୍ଷରେ ୨୫ଟି ହତ୍ୟାକାଣ୍ଡ ହୋଇଛିା ସେହି ପରିବାରର ମହିଳା ଏବଂ ଘସିପୁରାବାସୀ ନିର୍ବାଚନ ଲଢ଼ୁଛନ୍ତି ମୁଁ ନିମିତ ମାତ୍ର । ଏହି ସବୁ ଘଟଣା ଏବଂ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପାଦନା କରିବା ପାଇଁ ପୋଲିସକୁ ଭେଟିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’