Masthead

ପୋଲିସ ପ୍ରଶାସନ ଉପରେ ବର୍ଷିଲେ ସୌମ୍ୟ

ଘଷିପୁରା (ବଡ଼ ଖବର ବ୍ୟୁରୋ): ରାମଚନ୍ଦ୍ରପୁର ଏବଂ ଘସିପୁରା ପୋଲିସର ଗିରଫଦାରୀକୁ ନେଇ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ଘସିପୁରା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବହୁ ଚର୍ଚ୍ଚିତ ଖଲଣା ସୁନନ୍ଦ ସେଠୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏବେ ସୁନନ୍ଦଙ୍କ ୨ ଭାଇ ଏବଂ କିଛି ସମର୍ଥକଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ପୋଲିସର ଗିରଫଦାରୀକୁ ନେଇ ବର୍ଷିଛନ୍ତି ସୌମ୍ୟ । କହିଛନ୍ତି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହୁଥିବାବେଳେ ସେହି ପୋଲିସ ଖଲଣାର ଜଣେ ମହିଳାଙ୍କୁ ରାତି ୧୨ ପରେ ଗିରଫ କରିଛି ।

ବୁଥ ଜବରଦଖଲ, ଆକ୍ରମଣ, ହତ୍ୟାକାଣ୍ଡ ନିତିଦିନିଆ ଘଟଣା ହୋଇଗଲାଣି । ଗତକାଲି ଘସିପୁରା ଥାନା କଣ୍ଟାରୋହୀ ଛକରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲି ସମ୍ମୁଖରେ ବିଜେଡି ସମର୍ଥକମାନେ ହୋହାଲ୍ଲା କରିବା ସହ ଗାଡ଼ିକୁ ଅଟକାଇବା ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ସୋମ୍ୟ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ବଦ୍ରି ବାବୁଙ୍କୁ ମୁଁ ଆହ୍ୱାନ କରୁଛି ସେ ଶାନ୍ତି ଶୃଙ୍ଖଳା ସହ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢନ୍ତୁ । ୨୫ ବର୍ଷରେ ୨୫ଟି ହତ୍ୟାକାଣ୍ଡ ହୋଇଛିା ସେହି ପରିବାରର ମହିଳା ଏବଂ ଘସିପୁରାବାସୀ ନିର୍ବାଚନ ଲଢ଼ୁଛନ୍ତି ମୁଁ ନିମିତ ମାତ୍ର । ଏହି ସବୁ ଘଟଣା ଏବଂ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପାଦନା କରିବା ପାଇଁ ପୋଲିସକୁ ଭେଟିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ