Masthead

ମନାଲିରେ ବରଫ ବର୍ଷା, ଫସିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିମାଚଳପ୍ରଦେଶରେ ଜାରି ରହିଛି ବରଫ ବର୍ଷା । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବାକୁ ଯାଇଥିବା ପର୍ଯ୍ୟଟକ ଫସିଲେ । ମନାଲିରେ ବରଫ ବର୍ଷା ଯୋଗୁଁ ଏକାଧିକ ପର୍ଯ୍ୟଟକ ଫସିରହିଥିବା ଜଣାପଡ଼ିଛି । ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ଶହଶହ ଗାଡି ଫସି ରହିଛି । ଅଧିକ ଗହଳି ଯୋଗୁଁ ହଜାରରୁ ଅଧିକ ଗାଡି ଫସିରହିଥିବା ବେଳେ ୭୦୦ରୁ ଅଧିକ ଗାଡିକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପାଖାପାଖି ହଜାରେ ଗାଡ଼ି ଏଠାରେ ଫସିରହିଥିଲା ।

ଫଳରେ ପୁଲିସକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଶହ ପର୍ୟ୍ୟଟକଙ୍କୁ ଉଦ୍ଧାର କରିଛି । ପ୍ରତିବର୍ଷ ଏହି ସମୟରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥଏ । ଆଉ ଏବେ ବଡ଼ଦିନ ଓ ନୂଆ ବର୍ଷ ଛୁଟି ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ଡିସେମ୍ବର ୮ତାରିଖରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ ଗତକାଲି ପୁଣି ତୁଷାରପାତ ହୋଇଥିଲା । ଏହି ସମୟରେ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ପର୍ୟ୍ୟଟକଙ୍କ ଗାଡ଼ି ଫସିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’