ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ନବଯୌବନ ବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡ ଠାକୁର । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ  ଦେଖିବାର ସୁଯୋଗ ମିଳିବ । ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ଏଥିସହ ନେତ୍ରୋତ୍ସବ ମଧ୍ୟ ରହିଛି।ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ ।  ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛାଡ଼ିବାକୁ ଯୋଜନା କରାଯାଇଛି ।

ଅତିବେଶିରେ ୨ରୁ ୩ଘଣ୍ଟା ଦର୍ଶନ ବ୍ୟବସ୍ଥାର ସୁବିଧା ଦେବାକୁ  ପ୍ରାଶାସନିକ ପ୍ରସ୍ତୁତି ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ମଙ୍ଗଳବାର  ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ସକାଳ ୯ଟାରେ, ବନକଲାଗି ସକାଳ ୯ଟାରୁ ୧୨ଟା ଭିତରେ, ଶ୍ରୀସୁଦର୍ଶନ ଦେବ ବୁଣାଟ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ, ମଙ୍ଗଳ  ଆଳତି ଦିନ ସାଢ଼େ ୧୨ଟା, ଅବକାଶ ଦିନ ୧ଟା ୧୫,  ଦଶବତାର ଠାକୁରଙ୍କ ବାହୁଡ଼ା ବିଜେ ଦିନ ସାଢ଼େ ୧ଟା,  ତାଟି ଫିଟିବା ଦିନ ୨ଟା ସୁଦ୍ଧା ହେବ । ଶ୍ରୀଜିଉମାନଙ୍କ ଦର୍ଶନ  ସାଢ଼େ ୨ଟାରୁ ଆରମ୍ଭ ହେବ ।

ପ୍ରଥମେ ପାରମାଣିକ ଦର୍ଶନ  (ଭିତର କାଠ ଠାରୁ) ଦିନ ସାଢ଼େ ୩ଟା ପର୍ଯ୍ୟନ୍ତ ଓ ପରେ  ସର୍ବସାଧାରଣ ଦର୍ଶନ (ଭିତର କାଠା ଠାରୁ) ସାଢ଼େ ୩ଟାରୁ  ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା  ସାଢ଼େ ୬ଟାରେ, ଗୋପାଳବଲ୍ଲଭ ଓ ସକାଳ ଧୂପ ରାତି  ୯ଟା, ଭୋଗମଣ୍ଡପ ରାତି ସାଢ଼େ ୧୦ଟା ସୁଦ୍ଧା, ମଧ୍ୟାହ୍ନ  ଧୂପ ରାତି ସାଢ଼େ ୧୨ଟା ସୁଦ୍ଧା, ସନ୍ଧ୍ୟା ଆଳତି ରାତି ୨ଟା  ୧୦, ଦତ୍ତ ମହାପାତ୍ର ସେବକ ବନକ ଲାଗିକୁ ପ୍ରବେଶ  ରାତି ୪ଟାରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ