Masthead

ନିର୍ମଳା ଦେଲେ କରୋନା ପ୍ୟାକେଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ମହାମାରୀରେ କ୍ଷତିଗ୍ରସ୍ତ ସେକ୍ଟର ଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି । ଏଥିରେ ୧.୧ଲକ୍ଷ ଟଙ୍କାର ଋଣ ସହାୟତା ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ତେବେ ଏହି ଋଣ ପାଇଁ ସରକାର ନିଜେ ଗ୍ୟାରେଣ୍ଟର ରହିବେ । ପୂର୍ବରୁ ଋଣ ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିବା ବେଳେ ଏହି ଋଣ ପାଇଁ ଆଉ ଗ୍ୟାରେଣ୍ଟର ଦରକାର ପଡ଼ିବନି । ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ଆଡ଼ିସିନାଲ ୫୦ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଆଜି କେନ୍ଦ୍ର ସରକାର ୮ଟି ଆର୍ଥିକ ସହାୟତା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି। ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ମଧ୍ୟ ଲାଗୁ କରାଯିବ। ଆଉ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି।

୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ଯ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ। ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ। କିଛି କଟକଣା ମଧ୍ୟରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲ୍ଡରମାନଙ୍କୁ ଆର୍ଥିକ ସହାୟତା କରାଯିବ। ସେମାନଙ୍କୁ ୧୦୦% ଗ୍ୟାରେଣ୍ଟ ଯୋଗାଇ ଦିଆଯିବ। ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ। ବିଭିନ୍ନ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି।

ଏହି ଅର୍ଥ ଉପରେ ବାର୍ଷିକ ୮.୨୫% ସୁଧ ଲାଗିବ। ମାଇକ୍ରୋ ଫାଇନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ। ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧.୨୫ ଲକ୍ଷ ଯାଏ ଋଣ ଦିଆଯିବ।ଜରୁରୀ କାଳୀନ ଋଣ ପରିମାଣକୁ ୩ ଲକ୍ଷରୁ ବୃଦ୍ଧି କରି ୪.୫ ଲକ୍ଷ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି। ଏ ବାବଦରେ ୨,୨୭,୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏନବିଏସ୍ ବା ଚାଷୀଙ୍କ ସବସିଡିକୁ ଚଳିତ ଆର୍ଥିକ ବର୍ଷରେ ୪୨,୨୭୫ କୋଟି କରାଯାଇଛି। ଏଥିପାଇଁ ଅତିରିକ୍ତ ୧୪,୭୫୫ କୋଟିର ବ୍ୟବସ୍ଥା ହୋଇଥିବା ନିର୍ମଳା ସୀତାରମଣ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ