Masthead

ଫାଶୀର ବିକଳ୍ପ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଫାଶୀ ଦଣ୍ଡ ପାଇଥିବା ଅପରାଧୀଙ୍କୁ ପ୍ରଚଳିତ ଧାରା ଅନୁସାରେ ଫାଶୀ ଦିଆଯିବ କି ନାହିଁ ତାହାର ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ ଟିମ ଗଠନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଯାହାର ଶୁଣାଣୀ ମଙ୍ଗଳବାର ହୋଇଛି । କୋର୍ଟରେ ନିଜର ଜବାବ ରଖିଛନ୍ତି କେନ୍ଦ୍ର ସରକାର । ଫାଶୀର ବିକଳ୍ପ କ’ଣ ? ଫାଶୀ ବଦଳରେ ଅନ୍ୟ କେଉଁ ଉପାୟରେ ମୃତ୍ୟୁ କମ ଯନ୍ତ୍ରଣାଦାୟକ ହେବ ତାହା ଉପରେ ବିଚାର କରିବାକୁ ସରକାର ଏକ କମିଟି ଗଠନ ପାଇଁ ଚିନ୍ତା କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି ।

ବିଶେଷଜ୍ଞ ଟିମର ପରାର୍ମଶ କ୍ରମେ ଫାଶୀର ବିକଳ୍ପ ଖୋଜାଯିବ । ଆଗାମୀ ଶୁଣାଣୀ ଜୁଲାଇ ମାସରେ ହେବ । ୨୦୧୭ରେ ଆଇନଜୀବୀ ରୁଷି ମଲହୋତ୍ରା ଏକ ଜନସ୍ୱାର୍ଥ ମାମଲା ଦାଏର କରି ଫାଶୀ ମାଧ୍ୟମରେ ପ୍ରଚଳିତ ମୃତ୍ୟୁଦଣ୍ଡକୁ ହଟାଇ କମ ଯନ୍ତ୍ରଣା ଦାୟକ ପଦ୍ଧତି ଆପଣାଇବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ