Masthead

ପେନସନ ସ୍କିମ ସମସ୍ୟା, ୧୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ୧୭ ଲକ୍ଷ ସରକାରୀ କର୍ମଚାରୀଙ୍କ ଧର୍ମଘଟ । ପୁରୁଣା ପେନସନ ସ୍କିମ ସମସ୍ୟାର ସମାଧାନ ନହେବାରୁ ତାତିଲେ କର୍ମଚାରୀ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସରକାରୀ କର୍ମଚାରୀଙ୍କ ପ୍ରତିନିଧି ଭାବେ ଅଧିକାରୀ ଓ ସେବାନିବୃତ୍ତ କର୍ମଚାରୀଙ୍କ ଏକ ସମିତି ଗଠନ କରାଯାଇ ଆଲୋଚନା କରାଯିବାର ସୂଚନା ରହିଛି । ପୁରୁଣା ପେନସନ୍ ସ୍କିମ ଲାଗୁ କରିବା ଦାବୀରେ ମହାରାଷ୍ଟ୍ର ସରକାର ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ସରକାରୀ ସ୍କୁଲ ଓ କଲେଜଗୁଡିକର ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହ ୧୭ଲକ୍ଷରୁ ଅଧିକ କର୍ମଚାରୀ ଧର୍ମଘଟ ଆରମ୍ଭ କରିଛନ୍ତି । ଫଳରେ ଏବେ ଚାଲୁଥିବା ଏସଏସସି ଓ ଏଚଏସସି ପରୀକ୍ଷା ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ଆଲୋଚନା ପରେ ସରକାରୀ କମଚାରୀ ସଂଘ ଧର୍ମଘଟର ନଷ୍ପତ୍ତି ନେଇଛି । ସରକାର ଓପିଏସ ଲାଗୁ କରନ୍ତୁ ବୋଲି ସରକାରୀ କର୍ମଚାରୀ ମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ