Masthead

ବିଧାନସଭା ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ, କିନ୍ତୁ ଚାଲିଛି ରେଷ୍ଟୁରାଣ୍ଟ ଉଦଘାଟନ: ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣତନ୍ତ୍ରର ମନ୍ଦିର ପବିତ୍ର ବିଧାନସଭାକୁ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ନାହିଁ, କିନ୍ତୁ ରେଷ୍ଟୁରାଣ୍ଟକୁ ଯିବାକୁ ସମୟ ଅଛି । ଏଭଳି କିଛି ଆରୋପ ଲଗାଇଛନ୍ତି ବିରୋଧୀ । ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ । ନିଯୁକ୍ତି ଦୁର୍ନୀତି, ଆବାସ କେଳେଙ୍କାରୀ, ଚାଷୀଙ୍କ ସମସ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠିଛି ଗୃହରେ । ସରକାରଙ୍କ ଠାରୁ ଉତ୍ତର ମାଗୁଛନ୍ତି ବିରୋଧୀ । କିନ୍ତୁ ଗୃହରେ ଉପସ୍ଥିତ ରହୁନାହାନ୍ତି ଗୃହର ନେତା, ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଏବେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ଆଉ ସେହି ପ୍ରଶ୍ନକୁ ଆଧାର ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୌସୁମୀ ଅଧିବେଶନ ଆରମ୍ଭ ହେଲା ସେପ୍ଟେମ୍ବର ୧ରେ ।

ପ୍ରଥମ ଦିନରେ ଭିଡିଓ କନଫରେନ୍ସିଂରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହା ପରେ ଆଉ ଗୃହ କାର୍ଯ୍ୟରେ ଯୋଡି ହୋଇନାହାନ୍ତି ସିଏମ୍ । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଲା ସେତେବେଳେ, ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ୩ ତାରିଖରେ ଭୁବନଶ୍ୱରରେ ଏକ ରେଷ୍ଟୁରାଣ୍ଟର ଉଦଘାଟନ କଲେ । ଓଟିଡିସି ପକ୍ଷରୁ ଜନପଥରେ ଖୋଲିଥିବା ନିମନ୍ତ୍ରଣ ରେଷ୍ଟୁରାଣ୍ଟର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଗଲେ । କିଛି ସମୟ ବିତାଇଲେ । ଅଥଚ ବିଧାନସଭାକୁ ଆସୁନାହାନ୍ତି, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ଗତ ଅଧିବେଶନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନ ଥିଲେ । ନବୀନ ନିବାସରୁ ଭିସିରେ ଯୋଡି ହେବାର ସୁଯୋଗ ଥିଲେ ବି ମୁଖ୍ୟମନ୍ତ୍ରୀ ଅନୁପସ୍ଥିତି ରହୁଥିଲେ । ସେତେବେଳେ ବିରୋଧୀ ବିଜେପିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଡାକିବାକୁ ନବୀନ ନିବାସ ଯିବା ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା । ଏଥର ବି ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳୁଛି । ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତି ରହିପାରିବେ । ହେଲେ ରେଷ୍ଟୁରାଣ୍ଟ ଉଦଘାଟନ କରିବାକୁ ସମୟ ଅଛି, କିନ୍ତୁ ଗୃହକୁ ନ ଆସିବାକୁ ବିରୋଧୀ ସମାଲୋଚନା କରିଛନ୍ତି ।

ରେଷ୍ଟୁରାଣ୍ଟ ଉଦଘାଟନ କରିବାରେ ମନା ନାହିଁ, ତେବେ ଏହା କଣ ବିଧାନସଭାରେ ଭାଗ ନେବାଠାରୁ ଗୁରୁତ୍ୱପୂର୍ଣ୍ଣ କି ପ୍ରଶ୍ନ ଉଠିଛି । ପ୍ରସଙ୍ଗ ମାଳ ମାଳ । ମାତ୍ର ୮ ଦିନର କାର୍ଯ୍ୟଦିବସ । ବିଧାନସଭାରୁ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ । ଅଥଚ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିପାରୁନି । ଗୋଟିଏ ପଟେ ବାଚସ୍ପତିଙ୍କ ଉପରେ ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଏବେ ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଉପରେ ବି ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ