Masthead

ଆସାମ ବାଲ୍ୟ ବିବାହ, ୪୯୪ ଦୋଷୀ ସାବ୍ୟସ୍ତ

ଆସାମ (ବଡ଼ ଖବର ବ୍ୟୁରୋ):  ଆସାମ ବାଲ୍ୟ ବିବାହ ମାମଲା । ୮୭୭୩ ଲୋକଙ୍କ ମଧ୍ୟରୁ ୪୯୪ ଦୋଷୀ ସାବ୍ୟସ୍ତ । ଯାହା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେିଛନ୍ତି । ଆସାମରେ ବାଲ୍ୟ ବିବାହ ଓ ପୋକ୍‌ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସାମ ବିଧାନସଭାରେ କଂଗ୍ରେସ ବିଧାୟକ ଅବଦୁର ରସିଦ ମଣ୍ଡଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶର୍ମା କହିଛନ୍ତି, ୨୦୧୭ରୁ ଫେବୃୟାରୀ ୨୦୨୩ ମଧ୍ୟରେ ପ୍ରାୟ ୮୭୭୩ ଲୋକଙ୍କ ନାଁରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(ପିସିଏମଏ) ଓ ଯୌନ ଅପରାଧରେ ଶିଶୁଙ୍କ ସଂରକ୍ଷଣ ଅଧିନିୟମ, ୨୦୧୨(ପୋକ୍‌ସୋ) ଆଧାରରେ ଅଭିଯୋଗ କରାଯାଇଛି । ଏଥିମଧ୍ୟରୁ ମୋଟ ୪୯୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୬,୧୭୪ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ୨୧ ବର୍ଷରୁ କମ ବୟସର ୧୩୪ ବାଳକ ଓ ୧୮ ବର୍ଷରୁ କମ ବୟସର ୨,୯୭୫ କନ୍ୟାଙ୍କ ବିବାହ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା