Masthead

ମା’ ମଙ୍ଗଳାଙ୍କ ଚୈତ୍ରଯାତ୍ରାର ଆଜି ପ୍ରଥମ ପାଳି

କାକଟପୁର (ବଡ଼ ଖବର ବ୍ୟୁରୋ):  ଆଜି ଚୈତ୍ର ପ୍ରଥମ ମଙ୍ଗଳବାର, ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା ପ୍ରଥମ ପାଳି ଯାତ । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ଭକ୍ତମାନଙ୍କ ପାଇଁ ଧାଡିର ବ୍ୟବସ୍ଥା କରାଯାଇଛି। ମା’ଙ୍କର ଦର୍ଶନ କରିବା ପାଇଁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ କାକଟପୁର, ଅସ୍ତରଙ୍ଗ ତହସିଲଦାର କାକଟପୁର ଥାନା ଅଧିକାରୀ ଚତୁଃଦିଗକୁ ପୋଲିସର ଛାଉଣି କରିବା ସହ ଜଗି ବସିଛନ୍ତି। ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା ଚୈତ୍ରମାସରେ ୫ ପାଳିରେ  ବଢିବ ।

ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରି ଦିଆଯାଏ। ମାଆଙ୍କର ଦିବ୍ୟ ବେଶ ଦର୍ଶନ କରିବା ସହ ମହିଳାମାନେ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି। ହଜାର ହଜାର ଶ୍ରନ୍ଧାଳୁ ମାନେ ଏହିପରି ଗାଁ ଗାଁରେ ମହିଳାମାନେ ଗ୍ରାମର ଚଉରା ମୁଳେ ପନ୍ଥେଇ ପୂଜା କରିଥିବା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପ୍ରକାର ଫଳ,ପଣାରେ ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼