Masthead

ଖୋଲିଲା ଧାନମଣ୍ଡି

ମାଲକାନାଗିରି(ବଡ଼ ଖବର ବ୍ୟୁରୋ): ମାଲକାନାଗିରି ଜିଲ୍ଲାରେ ଆଜିଠାରୁ ଖୋଲିଲା ଧାନମଣ୍ଡି । ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ୟ୍ୟଳୟରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ ବିଜୟ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରେ ପିପିସି ମାଧ୍ୟମରେ ଚାଷୀଙ୍କଠୁ ଧାନ କିଣିବା ସ୍ଥିର ହୋଇଛି । ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୬୫ ଟି ଧାନମଣ୍ଡି ଖୋଲାଯାଇଛି । ଗୋଟିଏ ସବମଣ୍ଡି ମଧ୍ୟ କରାଯାଇଛି । ଏହା ସହ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ୭ଲକ୍ଷ ୫୫ ହଜାର କ୍ୟୁଣ୍ଟାଲ ଧାନ କିଣାଯିବାକୁ ସ୍ତିର କରାଯାଇଥିଲା । ପରବର୍ତ୍ତୀ ପର୍ୟ୍ୟାୟରେ ଏହାକୁ ବୃଦ୍ଧି କରାଯିବ । ଚାଷୀଙ୍କ ଲାଗି ଏଫଏକ୍ୟୁ ମାନର ଧାନର ମୂଲ୍ୟ ୧୮୬୮ ଟଙ୍କା ରଖାଯାଇଛି । ଗ୍ରେଡ ଏ-ଧାନର ମୂଲ୍ୟ ୧୮୮୮ ଟଙ୍କା ରଖାଯାଇଛି । ଚାଷୀମାନେ ଯେପରି ଦଲାଲଙ୍କ ଠକାମୀର ଶିକାର ନହେବେ, ସେଥିପାଇ ଅନଲାଇନରେ ଟିକଟ ପ୍ରଦାନ କରାଯିବା ସହ ଚାଷୀଙ୍କ ବ୍ୟଙ୍କ ଆକାଉଣ୍ଟରେ ପେମେଣ୍ଟ କରାଯିବ । ପ୍ରଥମ କରି ଚଳିତ ବର୍ଷ ମାଣ୍ଡିରେ ଧାନ କିଣାଯିବା ବେଳେ ଦୁର୍ନୀତିକୁ ରୋକା ଯିବା ପାଇଁ ସିସି ଟିଭିର ବ୍ୟବସ୍ଥା କରାଯାଇଛି । ପଡୋଶୀ ରାଜ୍ୟର ଦଲାଲଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ସୀମା ରାସ୍ତା ଉପରେ ତୀକ୍ଷ୍ନ ନଜର ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା