Masthead

ଖୋଲିଲା ଧାନମଣ୍ଡି

ମାଲକାନାଗିରି(ବଡ଼ ଖବର ବ୍ୟୁରୋ): ମାଲକାନାଗିରି ଜିଲ୍ଲାରେ ଆଜିଠାରୁ ଖୋଲିଲା ଧାନମଣ୍ଡି । ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ୟ୍ୟଳୟରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ୱାଇ ବିଜୟ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରେ ପିପିସି ମାଧ୍ୟମରେ ଚାଷୀଙ୍କଠୁ ଧାନ କିଣିବା ସ୍ଥିର ହୋଇଛି । ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୬୫ ଟି ଧାନମଣ୍ଡି ଖୋଲାଯାଇଛି । ଗୋଟିଏ ସବମଣ୍ଡି ମଧ୍ୟ କରାଯାଇଛି । ଏହା ସହ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ୭ଲକ୍ଷ ୫୫ ହଜାର କ୍ୟୁଣ୍ଟାଲ ଧାନ କିଣାଯିବାକୁ ସ୍ତିର କରାଯାଇଥିଲା । ପରବର୍ତ୍ତୀ ପର୍ୟ୍ୟାୟରେ ଏହାକୁ ବୃଦ୍ଧି କରାଯିବ । ଚାଷୀଙ୍କ ଲାଗି ଏଫଏକ୍ୟୁ ମାନର ଧାନର ମୂଲ୍ୟ ୧୮୬୮ ଟଙ୍କା ରଖାଯାଇଛି । ଗ୍ରେଡ ଏ-ଧାନର ମୂଲ୍ୟ ୧୮୮୮ ଟଙ୍କା ରଖାଯାଇଛି । ଚାଷୀମାନେ ଯେପରି ଦଲାଲଙ୍କ ଠକାମୀର ଶିକାର ନହେବେ, ସେଥିପାଇ ଅନଲାଇନରେ ଟିକଟ ପ୍ରଦାନ କରାଯିବା ସହ ଚାଷୀଙ୍କ ବ୍ୟଙ୍କ ଆକାଉଣ୍ଟରେ ପେମେଣ୍ଟ କରାଯିବ । ପ୍ରଥମ କରି ଚଳିତ ବର୍ଷ ମାଣ୍ଡିରେ ଧାନ କିଣାଯିବା ବେଳେ ଦୁର୍ନୀତିକୁ ରୋକା ଯିବା ପାଇଁ ସିସି ଟିଭିର ବ୍ୟବସ୍ଥା କରାଯାଇଛି । ପଡୋଶୀ ରାଜ୍ୟର ଦଲାଲଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ସୀମା ରାସ୍ତା ଉପରେ ତୀକ୍ଷ୍ନ ନଜର ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ