Before Header

ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

0 436

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟକୁ ବନ୍ଦ କରିବାକୁ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ । ସୂଚନା ଅନୁସାରେ ସରକାର ବିଦ୍ୟାଳୟକୁ ବନ୍ଦ କରିବାକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ।

ଯାହାକୁ ବିରୋଧ କରି କଣ୍ଟାବଣି ନେତ୍ରମୋହନ ଉପ୍ରା ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଚାପା ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଏବିଓ ପହଂଚି ବୁଝାସୁଝା କରୁଥବାବେଳେ ବିଦ୍ୟାଳୟ ନଖୋଲିଲେ ଅନିର୍ଦ୍ଦିଷ୍ଟ ପାଇଁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଭିଭାବକ ।

Leave A Reply

Your email address will not be published.