Masthead

ସ୍ଵାଭିମାନ ଅଞ୍ଚଳରେ କଂଗ୍ରେସ ନେତା ପ୍ରଦୀପ ମାଝି

ଚିତ୍ରକୋଣ୍ଡା (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସ୍ଵାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଥମେ ସେ ସ୍ଵଭିମାନ ଅଞ୍ଚଳର ଲଲଗଡରେ ପହଞ୍ଚିଥିଲେ। ମାଲକାନଗିରି ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଓ ଦାରଲାବେଢା ଗ୍ରାମରେ ସେ ପହଞ୍ଚିବା ପରେ ଗ୍ରାମବାସୀ ସ୍ୱାଗତ କରିଥିଲେ । ଦାରଲାବେଢା ଠାରେ ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ବୁଝି ଥିଲେ । ଯୋଡ଼ାମ୍ବ ବିଦ୍ୟାଳୟର ୧୦ ଗୋଟି ଶ୍ରେଣୀ ଗୃହ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ଲୋକମାନେ ଅଭିଯୋଗ କରିଥିଲେ । ପ୍ରଦୀପ ଗୋରାସେତୁ ଏବଂ ଲାଲଗଡ଼ ପଣସପୁଟ ଗ୍ରାମରେ ପହଂଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରିମଳ ପାଇଁ ମଞ୍ଜୁର ହୋଇଥିବା ୧୬ କୋଟି ଟଙ୍କା ଦୁର୍ନୀତି ହୋଇଥିବା ପ୍ରଦୀପ କହିବା ସହ ଏଥିପାଇଁ ସେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ପିଏମଜିୱାଇ ରାସ୍ତା କାମ ନିମ୍ନମାନର ଓ କୋଟି କୋଟି ଟଙ୍କାର ହଡପ ହୋଇଥିବା ସେ ଅଭିଯୋଗ କରିଛନ୍ତି । ପରେ ପ୍ରଦୀପ ଗୋରାସେତୁ,ଖଜୁରୀଗୁଡା,ସିନ୍ଧିପୁଟ ଗାଁ ବୁଲି ଗାଁ ଲୋକଙ୍କ ସମସ୍ୟା ବୁଝିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ