Masthead

ଅଜଣା ରୋଗ ନେଉଛି ଜୀବନ

କାଲିମେଳା, (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ବଡିଗେଟା ପଞ୍ଚାୟତ ସାନଟେକଗୁଡା ଗ୍ରାମରେ ଦୁଇମାସ ଧରି ଲାଗିରହିଛି ଅଜଣା ରୋଗ ଆତଙ୍କ । ଏହି ରୋଗରେ ଏଯାବତ୍ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ରୋଗର କାରଣ ଜଣାପଡିନଥିବା ବେଳେ ଦୂଷିତ ପାଣି ପିଇ ଲୋକମାନଙ୍କର ମୃତ୍ୟୁ ହେଉଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି ।
ଏଭଳି ପରିସ୍ଥିତିରେ ସୋମବାର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଚିତ୍ର । ଲୋକମାନେ ଅଜଣା ରୋଗକୁ ଭୟ କରୁଛନ୍ତି । ଗ୍ରାମରେ କେହି ଅସୁସ୍ଥ ହେଲେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆ ଦ୍ଵାରା ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଛନ୍ତି । ରୋଗୀକୁ କ୍ୱାକ ତଳେ ଶୁଆଇ ସାଲାଇନ ଲଗାଇ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ତେବେ ଗ୍ରାମରେ ଏ ପର୍ଯ୍ୟନ୍ତ ଡାକ୍ତରୀ ଟିମ ପହଁଚି ନାହିଁ । ଲୋକମାନେ ଆତଙ୍କିତ ହୋଇପଡିଛନ୍ତି ।

ବଡିଗେଟା ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ ।  ଏଠାରେ ବସବାସ କରୁଥିବା ଲୋକମାନେ ସେତେଟା ଶିକ୍ଷିତ କିମ୍ବା ସଚେତନ ନୁହନ୍ତି । ସାନଟେକଗୁଡା ଗ୍ରାମରେ ପାଖାପାଖି ୫୦ଟି ପରିବାରର ୨୫୦ରୁ ଅଧିକ ଲୋକ ବାସ କରନ୍ତି । ଗ୍ରାମରେ ୪ଟି ନଳକୂଅ ଅଛି । ଏହି ନଳକୂଅଗୁଡିକ ମରାମତି ତଥା ରକ୍ଷଣାବେକ୍ଷଣ ଅଭାବରୁ ଲୌହ ମିଶ୍ରିତ ଲାଲପାଣି ବାହାରୁଛି । ଏହି ପାଣି ବ୍ୟବହାର କରି ଶରୀର ଫୁଲିଯିବା ସହ ଯନ୍ତ୍ରଣା ହେଉଥିବା ଗାଁ ଲୋକେ କହିଛନ୍ତି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ ଖାନ କହିଛନ୍ତି, ଏହି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତେବେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି । ଗ୍ରାମରେ ଏହି ଅଜଣା ରୋଗ ଯେପରି ନ ବ୍ୟାପେ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ସହ ଉକ୍ତ ଗ୍ରାମକୁ ଏକ ଡାକ୍ତରୀ ଦଳ ପଠାଇବାକୁ ସାଧାରଣରେ ଦାବି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା