Masthead

ଜଣେ କିମ୍ବଦନ୍ତୀ, ଅନ୍ୟ ଜଣେ ରାଇଜିଂ ଷ୍ଟାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗ୍ୟାରୀଙ୍କୁ ଭେଟିଲେ ଗିଲ୍ । ଭେଟ କରାଇଲେ ଦ୍ରାବିଡ଼ । କ୍ରିକେଟର ମହାନାୟକଙ୍କ ସହ ହାତ ମିଳାଇଲେ ଭାରତୀୟ କି୍ରକେଟର ରାଇଜିଂ ଷ୍ଟାର ଶୁଭମନ ଗିଲ୍ । ବିସିସିଆଇର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାକୁ ପସନ୍ଦ କରୁଛନ୍ତି ୟୁଜର୍ସ । ଗୋଟିଏ ପଟେ କ୍ରିକେଟର କିମ୍ବଦନ୍ତୀ । ଆଉ ଗୋଟିଏ ପଟେ ନୂଆ କରି ଷ୍ଟାର ହେଉଥିବା ଶୁଭମନ ଗିଲ୍ । ଯେତେବେଳେ ଗିଲଙ୍କୁ ଗ୍ୟାରୀ କହିଲେ “ଆଇ ସ’ ଏବାଉଟ ୟୁ”, ନୂଆ କରି ତାରକା ହେଉଥିବା ଶୁଭମନଙ୍କ ପାଇଁ ୟା ଠୁ ବଡ଼ କମ୍ପ୍ଲିମେଂଟ ଆଉ କ’ଣ ହୋଇଥାଇପାରେ । ଭାଇରାଲ ହେଉଛି ବିସିସିଆଇର ଟ୍ୱିଟର ପୋଷ୍ଟ । ଚର୍ଚ୍ଚାରେ ଗ୍ୟାରୀ ଓ ଗିଲ୍ଙ୍କ ଭେଟଘାଟ । ଭେଟ କରାଇଲେ ଇଣ୍ଡିଆର ହେଡ଼ କୋଚ୍ ରାହୁଲ ଦ୍ରାବିଡ଼ । ହାତ ମିଳାଇ “ଆଇ ସ’ ଏବାଉଟ ୟୁ” ବୋଲି କହି ଉତ୍ତର ଦେଇଥିଲେ ଗାରଫିଲ୍ଡ ସୋବର୍ସ ।

ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ମ୍ୟାନ ଇନ ବ୍ଲୁ ଟିମ । ଜୁଲାଇ ୧୨ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ ଭେଟିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟ କିମ୍ବଦନ୍ତୀ ଗାରଫିଲ୍ଡ ସୋବର୍ସ । ଟିମ ଇଣ୍ଡିଆର ହେଡ଼ କୋଚ୍ ରାହୁଲ ଦ୍ରାଭିଡ଼ ସାର୍ ଗ୍ୟାରୀଙ୍କ ସହ ଭାରତୀୟ ଖେଳାଳିମାନଙ୍କୁ ଭେଟ କରାଇଥିଲେ । ଆଗାମୀ ଦିନର ଏକ୍ସାଇଟିଙ୍ଗ ବ୍ୟାଟ୍ସମ୍ୟାନ କହି ଗ୍ୟାରିଙ୍କ ଆଗରେ ଗିଲଙ୍କୁ ଉପସ୍ଥାପନ କରାଇଥିଲେ । ଉତ୍ତରରେ “ଆଇ ସ’ ଏବାଉଟ ୟୁ” ବୋଲି କହି ଉତ୍ତର ଦେଇଥିଲେ ଗାରଫିଲ୍ଡ ସୋବର୍ସ । ଗିଲଙ୍କମ ସହ ଭାରତୀୟ କ୍ରିକେଟ ଟିମର ଅନ୍ୟ ଖେଳାଳିମାନେ ମଧ୍ୟ ଗ୍ୟାରୀଙ୍କୁ ଭେଟିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ